ETV Bharat / sports

‘ମୂଷା-ବିଲେଇ ପରି କ୍ରିକେଟ ଖେଳୁଥିଲେ ସଚିନ-ୱାର୍ଣ୍ଣ’ - Tendulkar toyed with Warne

ସଚିନଙ୍କୁ ସର୍ବାଧିକ ଥର ଆଉଟ କରିବାରେ ରେକର୍ଡ ରଖିଥିବା ଅଷ୍ଟ୍ରେଲିଆର ପୂର୍ବତନ ସ୍ପିଡଷ୍ଟର ବ୍ରେଟ୍ ଲି କହିଛନ୍ତି, ସଚିନ-ୱାର୍ଣ୍ଣ ଯେତେବେଳେ ପଡିଆକୁ ଆସନ୍ତି, ସେମାନେ ମୂଷା-ବିଲେଇ ପରି କ୍ରିକେଟ ଖେଳନ୍ତି ।

tendulkar-toyed-with-warne-it-was-like-playing-cat-and-mouse-lee
‘ମୂଷା-ବିଲେଇ ପରି କ୍ରିକେଟ ଖେଳୁଥିଲେ ସଚିନ-ୱାର୍ଣ୍ଣ’
author img

By

Published : Apr 28, 2020, 5:49 PM IST

ନୂଆଦିଲ୍ଲୀ: 90 ଦଶକରେ କ୍ରିକେଟ ଜଗତରେ ଅନ୍ୟତମ ପ୍ରତିଦ୍ବନ୍ଦ୍ବି ରୂପେ ଭାରତୀୟ କ୍ରିକେଟ କିମ୍ବଦନ୍ତି ସଚିନ ତେନ୍ଦୁଲକର ଓ ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର ଶେନ ୱାର୍ଣ୍ଣଙ୍କୁ ବିବେଚନା କରାଯାଉଥିଲା । କ୍ରିକେଟ ପଡିଆରେ ଦୁଇଙ୍କ ମଧ୍ୟରେ ବ୍ୟାଟିଂ-ବୋଲିଂରେ କଡା ପ୍ରତିଦ୍ବନ୍ଦିତା ହୋଇଥିଲା । ସଚିନଙ୍କୁ ସର୍ବାଧିକ ଥର ଆଉଟ କରିବାରେ ରେକର୍ଡ ରଖିଥିବା ଅଷ୍ଟ୍ରେଲିଆର ପୂର୍ବତନ ସ୍ପିଡଷ୍ଟର ବ୍ରେଟ୍ ଲି କହିଛନ୍ତି, ସଚିନ-ୱାର୍ଣ୍ଣ ଯେତେବେଳେ ପଡିଆକୁ ଆସନ୍ତି, ସେମାନେ ମୂଷା-ବିଲେଇ ପରି କ୍ରିକେଟ ଖେଳନ୍ତି ।

tendulkar-toyed-with-warne-it-was-like-playing-cat-and-mouse-lee
‘ମୂଷା-ବିଲେଇ ପରି କ୍ରିକେଟ ଖେଳୁଥିଲେ ସଚିନ-ୱାର୍ଣ୍ଣ’

ଏକ ଟିଭି ସୋ’ରେ ସାକ୍ଷାତକାର ଦେଇ ଲି କହିଛନ୍ତି, ତେନ୍ଦୁଲକର ୱାର୍ଣ୍ଣଙ୍କ ବିପକ୍ଷରେ ବ୍ୟାଟିଂ କରିବାରେ ବେଶ ଭଲ ବ୍ୟାଟିଂ କରନ୍ତି । ଅନ୍ୟପଟେ ଭାରତ-ଅଷ୍ଟ୍ରେଲିଆର ମ୍ୟାଚ ସେହିଦିନ ଗୁଡିକରେ ୱାର୍ଣ୍ଣ ମଧ୍ୟ ତେନ୍ଦୁଲକରଙ୍କୁ ଆକ୍ରାମକ ବୋଲି କରିଥାନ୍ତି ।

ଲି କହିଛନ୍ତି, " ବେଳେ ବେଳେ ତେନ୍ଦୁଲକର ବ୍ୟାକଫୁଟ ଖେଳନ୍ତି ଏବଂ ୱାର୍ଣ୍ଣାଙ୍କୁ ସର୍ଟ ପିଜ୍‌ ବଲ ପକାଇବାକୁ ବାଧ୍ୟ କରି ଦିଅନ୍ତି । ଆଉ ୱାର୍ଣ୍ଣଙ୍କ ସେହି ସେ ବଲକୁ ସହଜରେ ଖେଳନ୍ତି ତେନ୍ଦୁଲକର । ତେବେ ଏମିତି ଭାବେ ଦୁହେଁ ପ୍ରତିଥର ମୂଷା-ବିଲେଇ ପରି କ୍ରିକେଟ ଖେଳନ୍ତି । ଯାହା କି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଶେନ ୱାର୍ନଙ୍କ ସହ କରି ପାରନ୍ତି ନାହିଁ ।’’

ଲି ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ୱାର୍ଣ୍ଣ ତେନ୍ଦୁଲକରଙ୍କ ଏହି ସହଜ ବ୍ୟାଟିଂ ଶୈଳୀ ଦେଖି କେବେ କେବେ ତାଙ୍କ ଉପରେ ଇର୍ଷା ପରାୟଣ ହୋଇଯାନ୍ତି । ଯଦି ସେ ତେନ୍ଦୁଲକରଙ୍କୁ ଆଉଟ ନ କରି ପାରନ୍ତି । ତେବେ ଖୁବ ରାଗିଯାନ୍ତି ୱାର୍ଣ୍ଣ ।

ସଚିନ ବୋଲରମାନଙ୍କ ବୋଲିଂ ଆକ୍ସନରୁ ହିଁ ତାଙ୍କ ବଲର ପ୍ରକାର, ବେଗ ଓ ରୂପ ଅନୁମାନ କରି ନେଇଥାନ୍ତି ବୋଲି ଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘‘ୱାର୍ଣ୍ଣ ଅନେକ ସମୟରେ ଅନେକ ଯୋଜନା କରିଥାନ୍ତି । ମାତ୍ର ତାଙ୍କ ଯୋଜନାକୁ ଫେଲ କରି ଦିଅନ୍ତି । ୱାର୍ଣ୍ଣ ନିଜର ଆଙ୍ଗୁଳି କରାମତିରେ ବଲକୁ ଅଧିକରୁ ଅଧିକ ଟର୍ଣ୍ଣ କରିବାକୁ ଚେଷ୍ଟା କରନ୍ତି । ମାତ୍ର ସେ ବଲ ପକାଇବା ପୂର୍ବରୁ ସଚିନ ତାଙ୍କ ହାସ୍ତ ଚାଳନାରୁ ବଲର ଅନୁମାନ ଲଗାଇ ନେଇଥାନ୍ତି । ବିଶ୍ବର ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ୱାର୍ଣ୍ଣ ଚମକା ଦେଉଥିଲା ବେଳେ ସଚିନଙ୍କ ପାଖରେ ତାଙ୍କର ସମସ୍ତ ଯୋଜନା ଫେଲ ମାରିଯାଏ ।’’

ସୂଚନାଥାଉ କି, 1989 ମସିହାରେ କରାଚୀରେ ପାକିସ୍ତାନ ବିପକ୍ଷରେ ତେନ୍ଦୁଲକର ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ 200 ଟେଷ୍ଟ ଏବଂ ଦିନିକିଆରେ 100 ଶତକ ହାସଲ କରିଛନ୍ତି । 463 ଟି ଦିନିକିଆରେ ତେନ୍ଦୁଲକର 49 ଶତକ ସହିତ 18,426 ରନ୍ ଏବଂ ଟେଷ୍ଟରେ ସେ 51 ଶତକ ସହ 15,921 ରନ୍ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.