ନୂଆଦିଲ୍ଲୀ: ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପୂର୍ବତନ ଇଂଲଣ୍ଡ କ୍ୟାପଟେନ ନାସିର ହୁସେନଙ୍କ ପ୍ରଶଂସା । ସଚିନଙ୍କ ବ୍ୟାଟିଂ କୌଶଳ ଅବିଶ୍ବସନୀୟ ବୋଲି କହିଛନ୍ତି ନାସିର ।
ଇଂଲଣ୍ଡର କ୍ୟାପଟେନ ଥିବା ସମୟରେ ସଚିନଙ୍କୁ ଆଉଟ କରିବାକୁ ସେ ସ୍ବତନ୍ତ୍ର ରଣନୀତି ବନାଉଥିଲେ ବୋଲି ଖୁଲାସା କରିଛନ୍ତି । ଆଇସିସିର ଏକ କାର୍ଯ୍ୟକ୍ରମ 'କ୍ରିକେଟ ଇନସାଇଡ ଆଉଟ'ରେ ଇଆନ ବିଶୋପ ଓ ଏଲମା ସ୍ମିଟଙ୍କ ସହ ବାର୍ତ୍ତାଳାପରେ ସେ ଏହା କହିଛନ୍ତି ।
କ୍ରିକେଟ କ୍ୟାରିୟରେ ବୋଲିଂ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ସଚିନ ସବୁଠୁ କଠିନ ବ୍ୟାଟ୍ସମ୍ୟାନ ବୋଲି ଇଆନ ବିଶୋପ କହିଛନ୍ତି । ସଚିନଙ୍କ ନାମରେ କ୍ରିକେଟର ଲମ୍ବା ଫର୍ମାଟରେ 15,921 ରନ ରହିଛି । ସର୍ବାଧିକ 51ଟି ଟେଷ୍ଟ ଶତକ ରହିଛି । ଦିନିକିଆ କ୍ରିକେଟରେ 18,426 ରନ ରହିଛି । ସେଥିମଧ୍ୟରୁ 49ଟି ଶତକୀୟ ଇଂନିସ ସାମିଲ ରହିଛି । ଟିମ ଇଣ୍ଡିଆ ପକ୍ଷରୁ 24 ବର୍ଷର କ୍ୟାରିୟରରେ ପ୍ରାୟ 6ଟି ବିଶ୍ବକପ ଟିମ ର ସଦସ୍ୟ ରହିଛନ୍ତି ସଚିନ । ଏଥିସହିତ 2011 ବିଶ୍ବକପ ବିଜୟୀ ଭାରତୀୟ ଟିମର ସଦସ୍ୟ ରହିଛନ୍ତି ।