ETV Bharat / sports

‘ଟିମ ଇଣ୍ଡିଆର ଅଷ୍ଟ୍ରେଲିଆ ବିଜୟ ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା’ - ଅଷ୍ଟ୍ରେଲିଆ ମାଟିରେ ଟିମ ଇଣ୍ଡିଆର ବିଜୟ

ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଅଷ୍ଟ୍ରେଲିଆ ମାଟିରେ ଟିମ ଇଣ୍ଡିଆର ସ୍ମରଣୀୟ ବିଜୟ ଦେଶର ଯୁବକମାନଙ୍କ ପାଇଁ ପ୍ରେରଣା ହେବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ....

Team India's win over Australia highly inspirational for youth: PM
ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁରୁ ଟିମ ଇଣ୍ଡିଆର ବିଜୟ ଗାଥା
author img

By

Published : Jan 22, 2021, 4:57 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପୁନର୍ବାର ଭାରତୀୟ କ୍ରିକେଟ ଟିମର ଲଢୁଆ ପ୍ରଦର୍ଶନ ସହ ଅଷ୍ଟ୍ରେଲିଆ ମାଟିରେ ସ୍ମରଣୀୟ ସିରିଜ ବିଜୟକୁ ପ୍ରଶଂସା କରିଛନ୍ତି । ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ବେ ଟିମ ଇଣ୍ଡିଆର ଏହି ବିଜୟ ଦେଶର ଯୁବକମାନଙ୍କ ପାଇଁ ପ୍ରେରଣାଦାୟକ ହେବ । ଆସାମର ତେଜପୁର ବିଶ୍ବବିଦ୍ୟାଳୟର 18ତମ ସମାବର୍ତ୍ତନ ଉତ୍ସବକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରି ଏହା କହିଛନ୍ତି ମୋଦି ।

ନିଜ ମାଟିରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମକୁ ପରାସ୍ତ କରିବା ସହଜ ନିଥିଲା । ମାତ୍ର ଅନେକ ଆହ୍ବାନ ସତ୍ତ୍ବେ ପ୍ରତିଭା ଓ ସ୍ବଭାବ ଆଧାରରେ ପରାକ୍ରମ ଦେଖାଇଥିଲା ଭାରତ ।

ଭାରତର ସଦ୍ୟତମ ଅଷ୍ଟ୍ରେଲିଆରେ ଗସ୍ତରେ ଭାରତୀୟ ଟିମ ଅନେକ ଆହ୍ବାନର ସାମ୍ନା କରିଥିଲା । ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ଦ୍ବିତୀୟରେ ସମାନ ଭାବେ ବିଜୟୀ ହୋଇଥିଲେ । ଆହତ ସତ୍ତ୍ବେ ଏକାଗ୍ରତା ଦେଖାଇଥିଲେ ଖେଳାଳି । ବିପରିତ ସ୍ଥିତି ସତ୍ତ୍ବେ ବିଚଳିତ ନହୋଇ ଆହ୍ବାନକୁ ଗ୍ରହଣ କରିଥିଲେ ଓ ସମାଧାନର ରାସ୍ତ ଖୋଜିଥିଲେ ବୋଲି ମୋଦି କହିଛନ୍ତି ।

ଅଧିକାଂଶ ଖେଳାଳିଙ୍କ ପାଖରେ ଅଭିଜ୍ଞତା ନଥିଲା, ମାତ୍ର ସୁଯୋଗ ମିଳିବା ପରେ ସେମାନଙ୍କ ଦୃଢ ମନୋବଳ ତାଙ୍କୁ ବିଜୟୀ କରାଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ପୂର୍ବରୁ ଐତିହାସିକ ବର୍ଡର ଗାଭାସ୍କର ସିରିଜ ବିଜୟ ପରେ ମୋଦି ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଖେଳିଥିବା ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.