ETV Bharat / sports

35 ବର୍ଷରେ ଟିମ ଇଣ୍ଡିଆର 'ସୁପର ମ୍ୟାନ' ରିଦ୍ଧିମାନ

35 ବର୍ଷରେ ପାଦ ଥାପିଲେ ଭାରତୀୟ ଟେଷ୍ଟ ଟିମର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ।

ଡିଜାଇନ ଫଟୋ
author img

By

Published : Oct 24, 2019, 7:15 PM IST

ନୂଆଦିଲ୍ଲୀ: 35 ବର୍ଷରେ ପାଦ ଥାପିଲେ ଭାରତୀୟ ଟେଷ୍ଟ ଟିମର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା । 24 ଅକ୍ଟୋବର 1984ରେ ଶାହା ଜନ୍ମ ହୋଇଥିଲେ । ପଶ୍ଚିମବଙ୍ଗର ଏକ ଛୋଟ ସହର ସିଲିଗୁଡିରୁ ଟିମ ଇଣ୍ଡିଆର ୱିକେଟ ପଛର ଯାତ୍ରା । 2010ରେ ନାଗପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥିଲେ ।

Wriddhiman saha birthday
ରିଦ୍ଧିମାନ ଶାହା

28 ନଭେମ୍ବର 2010ରେ ଦିନିକିଆରେ ଡେବ୍ୟୁ କରିଥିଲେ ଶାହା । ତେବେ ଟିମ ଇଣ୍ଡିଆର ଦିନିକିଆ ଓ ଟି20 ଦଳରେ ଶାହା ନିୟମିତ ୱିକେଟ କିପର ହୋଇ ପାରିନାହିଁନ୍ତି । ମାତ୍ର ଟେଷ୍ଟ ଟିମରେ ପ୍ରଥମ ପସନ୍ଦ ୱିକେଟ କିପର ଭାବେ ତାଙ୍କୁ ଦଳରେ ସ୍ଥାନ ମିଳେ । ଆହତ ସମସ୍ୟା ଯୋଗୁଁ ଶାହାଙ୍କ କ୍ୟାରିଅର ଅନେକ ଉତ୍ଥାନପତ୍ତନ ଦେଇ ଗତି କରିଛି । ଶାହଙ୍କ ନାମରେ ଏକ ହଜାରରୁ ଅଧିକ ରନ ରହିଛି । ସେଥିମଧ୍ୟରୁ 3ଟି ଶତକ ଓ 5ଟି ଅର୍ଧଶତକ ରହିଛି । ଟେଷ୍ଟରେ ଶାହାଙ୍କ ସର୍ବାଧିକ ସ୍କୋର 117 ରହିଛି ।

ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଶାହା ଜବରଦସ୍ତ ୱିକେଟକିପିଂ କରିଥିଲେ । ଏକାଧିକ ଅବିଶ୍ବସନୀୟ କ୍ୟାଚ ଧରିବା ପରେ, ଶାହାଙ୍କୁ ସୁପରମ୍ୟାନର ଆଖ୍ୟା ମଧ୍ୟ ମିଳିଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.