ETV Bharat / sports

ବେଙ୍ଗାଲୁରୁ ମ୍ୟାଚ: ଭାରତୀୟ ଖେଳାଳିଙ୍କ ହାତରେ କଳାପଟି, ଜାଣନ୍ତୁ କାହିଁକି - Team India wears black bands

ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନଡକର୍ଣ୍ଣିଙ୍କ ବିୟୋଗରେ କଳାପଟି ପିନ୍ଧିଛି ଟିମ ଇଣ୍ଡିଆ।

team-india-wears-black-bands-as-a-mark-of-respect-to-bapu-nadkarni
ବେଙ୍ଗାଲୁରୁ ନିର୍ଣ୍ଣାୟକ
author img

By

Published : Jan 19, 2020, 5:59 PM IST

ବେଙ୍ଗାଲୁରୁ: ସ୍ଥାନୀୟ ଏମ. ଚିନ୍ନସ୍ୱାମୀ ଚାଲିଛି ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜର ଅନ୍ତିମ ଲଢେଇ। ଆଜିର ମ୍ୟାଚରେ କଳାପଟି ପିନ୍ଧି ପଡିଆକୁ ଓହ୍ଲାଇଛନ୍ତି ଭାରତୀୟ ଖେଳାଳି। ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନଡକର୍ଣ୍ଣିଙ୍କ ବିୟୋଗରେ କଳାପଟି ପିନ୍ଧିଛି ଟିମ ଇଣ୍ଡିଆ।

ଗତ ଶୁକ୍ରବାର ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନଡକର୍ଣ୍ଣିଙ୍କ ବିୟୋଗ ତାଙ୍କ ବାସଭବନରେ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ 86ବର୍ଷ ବୟସ ହୋଇଥିଲା । ତାଙ୍କ ଦୁଇ ଝିଅ ଓ ପତ୍ନୀଙ୍କ ସହ ସେ ମୁମ୍ବାଇରେ ବାସ କରୁଥିଲେ। ବୃଦ୍ଧାବସ୍ଥାରେ ବିଭିନ୍ନ ରୋଗ ପୀଡିତ ଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା। ଏହି ଅଲରାଉଣ୍ଡଙ୍କ ବିୟୋଗରେ ବିସିସିଆଇ ଟ୍ବିଟ କରି ଶୋକ ପ୍ରକାଶ କରିଛି।

ତାଙ୍କ ନାଁରେ ଏକ ଅଭଙ୍ଗା ରେକର୍ଡ ରହିଛି। ଟେଷ୍ଟ କ୍ରିକେଟରେ ସେ 21 ମେଡନ ଓଭର ବୋଲିଂ କରି ରେକର୍ଡ କରିଥିଲେ । ସେ 41 ଟେଷ୍ଟ ମ୍ୟାଚ ଖେଳି 1414 ରନ ସଂଗ୍ରହ କରିବା ସହ 88 ୱିକେଟ ଅକ୍ତିଆର କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.