ETV Bharat / sports

ଟିମ ଇଣ୍ଡିଆର ମିଶନ ଇଂଲଣ୍ଡ, କ୍ବାରେଣ୍ଟିନରେ ହେବ ରଣନୀତି - IND VS ENG

ପୁଣି ସପ୍ତାହେ କ୍ବାରେଣ୍ଟିନରେ ରହିବ ଟିମ ଇଣ୍ଡିଆ । ଆସନ୍ତା ମାସରେ ଖେଳାଯିବାକୁଥିବା ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମର ସମସ୍ତ ସଦସ୍ୟ ଗୋଟିଏ ସପ୍ତାହ କ୍ବାରେଣ୍ଟିନରେ ରହିବେ । ଅଧିକ ପଢନ୍ତୁ...

Team India to be quarantined for a week ahead of England series
କଙ୍ଗାରୁ ଶିକାର ପରେ ଟିମ ଇଣ୍ଡିଆର ମିଶନ ଇଂଲଣ୍ଡ, କ୍ବାରେଣ୍ଟିନରେ ହେବ ରଣନୀତି
author img

By

Published : Jan 23, 2021, 4:30 PM IST

ହାଇଦ୍ରାବାଦ: ପୁଣି ସପ୍ତାହେ କ୍ବାରେଣ୍ଟିନରେ ରହିବ ଟିମ ଇଣ୍ଡିଆ । ଆସନ୍ତା ମାସରେ ଖେଳା ଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମର ସମସ୍ତ ସଦସ୍ୟ ଗୋଟିଏ ସପ୍ତାହ କ୍ବାରେଣ୍ଟିନରେ ରହିବେ । ଏହି ସମୟରେ ଇଂଲଣ୍ଡ ବିପକ୍ଷରେ ଟିମର ରଣନୀତି ପ୍ରସ୍ତୁତ ହେବ । ଏହା କହିଛନ୍ତି ଜଣେ ଟିମ ଷ୍ଟାଫ ସଦସ୍ୟ ।

  • TEAM - Virat Kohli (Capt), Rohit Sharma, Mayank Agarwal, Shubman Gill, Cheteshwar Pujara, Ajinkya (VC), KL Rahul, Hardik, Rishabh Pant (wk), Wriddhiman Saha (wk), R Ashwin, Kuldeep Yadav, Axar Patel, Washington Sundar, Ishant Sharma, Jasprit Bumrah, Md. Siraj, Shardul Thakur

    — BCCI (@BCCI) January 19, 2021 " class="align-text-top noRightClick twitterSection" data=" ">

"ଅଷ୍ଟ୍ରେଲିଆରେ ପ୍ରଭାବୀ ପ୍ରଦର୍ଶନ ସହ ଟେଷ୍ଟ ସିରିଜରୁ 2-1ରେ ବିଜୟୀ ହୋଇଛୁ। ଏହି ସ୍ମରଣୀୟ ବିଜୟର ଓ ଶଫଳତାର ପ୍ରତ୍ୟେକ ଭାଗକୁ ନେଇ ଉତ୍ସାହ ମନାଉଛୁ । ମାତ୍ର ସମୟ ଆସିଛି ସବୁକୁ ଭୁଲିବାକୁ ହେବ, ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ନେଇ ଫୋକସ କରିବାକୁ ହେବ । ଏହି ସିରିଜ ପାଇଁ ରଣନୀତି ହେବ । ପର୍ଯ୍ୟାପ୍ତ ସମୟ ରହିଛି । ସିରିଜ ଆରମ୍ଭ ପୂର୍ବରୁ ଗୋଟିଏ ସପ୍ତାହ କ୍ବାରେଣ୍ଟିନରେ ରହିବାକୁ ହେବ । ଏହି ସମୟରେ ସମସ୍ତ ରଣନୀତି ପ୍ରସ୍ତୁତ ହେବ ।" ଏହା କହିଛନ୍ତି ଟିମ ଇଣ୍ଡିଆର ବୋଲିଂ କୋଚ ଭାରତ ଅରୁଣ ।

ଫେବୃଆରୀ 5ରୁ ଇଂଲଣ୍ଡ ବିପକ୍ଷ ସିରିଜ ଆରମ୍ଭ ହେବ । ଚେନ୍ନାଇରେ ଫେବୃଆରୀ 5-9 ପ୍ରଥମ ଟେଷ୍ଟ ଖେଳାଯିବ । ଦ୍ବିତୀୟ ଟେଷ୍ଟ ଫେବୃଆରୀ 13ରୁ 17 ସମାନ ଭେନ୍ୟୁରେ ଖେଳାଯିବ । ପରେ ତୃତୀୟ ଓ ଚତୁର୍ଥ ଟେଷ୍ଟ ଫେବୃଆରୀ 24ରୁ28 ଓ ମାର୍ଚ୍ଚ 4-8 ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବ ।

ପରେ ଅହମ୍ମଦାବାଦରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଓ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପୁନେରେ ଖେଳାଯିବା ନେଇ ସୂଚୀ ରହିଛି ।

ଭାରତୀୟ ଟିମ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍‌, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ(ଭାଇସ-କ୍ୟାପଟେନ), କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ୱିକେଟ କିପର), ରିଦ୍ଧିମାନ ଶାହା(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ଯାଦବ, ଅକ୍ସର ପଟେଲ, ୱାସିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.