ବିଶାଖାପାଟନାମ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ହୋଇଛି । ଏହି ବିଜୟ ସହିଜ କ୍ୟାପଟେନ ବିରାଟ କୋହଲି ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ୟାପଟେନ ଭାବେ ସର୍ବାଧିକ ମ୍ୟାଚ ଜିତିବା ତାଲିକାରେ କୋହଲିଙ୍କ ନାମ ଯୋଡି ହୋଇଛି ।

ଏହି ତାଲିକାର ଶୀର୍ଷରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟନ ରିକି ପଏଣ୍ଟିଂ । କ୍ୟାପଟେନ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ 8ଥର ବିଜୟୀ ହୋଇଛନ୍ତି ପଏଣ୍ଟିଂ । 6ଟି ମ୍ୟାଚରେ ବିଜୟ ସହ ଏହି ତାଲିକାର 2ୟରେ ଅଛନ୍ତି ଏଲ ହାସଟ । ପରେ 3ୟ ସର୍ବାଧିକ ଭାବେ କୋହଲି 5ଟି ମ୍ୟାଚରେ ବିଜୟୀ କ୍ୟାପଟେନ ହୋଇଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ସିରିଜର ଅନ୍ୟ 2ଟି ମ୍ୟାଚ ଖେଳିବାକୁ ବାକି ରହିଛି । ଫଳରେ କୋହଲି ପଏଣ୍ଟିଂଙ୍କ ରେକର୍ଡର ନିକଟତର ହୋଇପାରନ୍ତି ।

5ଟି ବିଜୟ ସହ ତାଲିକାର 4ର୍ଥରେ ଷ୍ଟିଭ ୱ । କ୍ୟାପଟେନ ଭାବେ ସମାନ 5ମ୍ୟାଚରେ ବିଜୟ ସହ ବିଲ ଉଡଫୁଲ ଓ ପିଟର ମେ ଯଥାକ୍ରମେ ତାଲିକାର 5ମ ଓ ଷଷ୍ଠ ସ୍ଥାନରେ ଅଛନ୍ତି । ଏହି ତାଲିକାରେ କୋହଲି ଏକମାତ୍ର ଏସିଆ ମହାଦେଶର କ୍ୟାପଟେନ ଭାବେ ସ୍ଥାନ ପାଇଛନ୍ତି ।
ଅନ୍ୟପଟେ 49ଟି ମ୍ୟାଚ ପରେ କ୍ୟାପଟେନ ଭାବେ କୋହଲି 3ୟ ସର୍ବାଧିକ ମ୍ୟାଚ ବିଜୟୀ କ୍ୟାପଟେନ ହୋଇଛନ୍ତି । ଷ୍ଟିଭ ୱ 36, ରିକି ପଏଣ୍ଟିଂ 34 ଓ କୋହିଲି 29 ମ୍ୟାଚରେ ବିଜୟୀ କ୍ୟାପଟେନ ହୋଇଛନ୍ତି । 27ଟି ବିଜୟ ସହ କୋହଲିଙ୍କ ପଛକୁ ରହିଛନ୍ତି ମହାନ କ୍ରିକେଟର ଭିଭି ରିଚାର୍ଡସ । ମାଇକେଲ ଭନ 26 ଓ ମହେନ୍ଦ୍ର ସିଂହ ଧୋନି 26 ମ୍ୟାଚରେ ବିଜୟୀ କ୍ୟାପଟେନ ରହିଛନ୍ତି ।