ETV Bharat / sports

ନୂଆବର୍ଷରୁ ଘରୋଇ ସିଜିନ: ଜାନୁଆରୀ 10ରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି - ଭାରତୀୟ କ୍ରିକେଟର ଘରୋଇ ସିଜିନ

ସୟଦ ମୁସ୍କାକ ଅଲ୍ଲୀ ଟ୍ରଫିରୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟର ଘରୋଇ ସିଜିନ । ଜାନୁଆରୀ 10ରୁ 31 ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଅଧିକ ପଢନ୍ତୁ...

Syed Mushtaq Ali Trophy to begin from January 10
ନୂଆବର୍ଷରୁ ଘରୋଇ ସିଜିନ: ଜାନୁଆରୀ 10ରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି
author img

By

Published : Dec 13, 2020, 8:50 PM IST

ମୁମ୍ବାଇ: ସୟଦ ମୁସ୍କାକ ଅଲ୍ଲୀ ଟ୍ରଫିରୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟର ଘରୋଇ ସିଜିନ । ଜାନୁଆରୀ 10ରୁ 31 ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସମ୍ପାଦକ ଜୟ ଶାହା ଇମେଲ ଯୋଗେଁ ରବିବାର ରାଜ୍ୟ ସଂଘ ଗୁଡିକୁ ଜଣାଇଛନ୍ତି ।

ମହାମାରୀ କୋରୋନା କଟକଣା ମଧ୍ୟରେ ଘରୋଇ ସିଜିନ ଆରମ୍ଭ ନେଇ ରାଜ୍ୟ ବୋର୍ଡ ଗୁଡିକର ମତାମତ ଲୋଡିଥିଲା ବିସିସିଆଇ । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ସପକ୍ଷରେ ଏକାଧିକ ରାଜ୍ୟ ସଂଘ ମତ ଦେଇଥିଲେ ।

ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏଯାବତ ଭେନ୍ୟୁ ଘୋଷଣା ହୋଇନାହିଁ । ତେବେ ବୋର୍ଡ ପକ୍ଷରୁ ନିଜର ପାଖ ଭେନ୍ୟୁରେ ଜାନୁଆରୀ 2ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ।

ଅନ୍ୟପଟେ ସୟଦ ମୁସ୍ତାକ ଅଲ୍ଲୀ ଟି-20 ଟୁର୍ଣ୍ଣାମେଣ୍ଟର ଗ୍ରୁପ ପର୍ଯ୍ୟାୟ ପରେ, ଅନ୍ୟ ଟୁର୍ଣ୍ଣାମେଣ୍ଟ ନେଇ ପୁଣି ରାଜ୍ୟ ସଂଘ ଗୁଡିକର ମତ ଲୋଡିବ ବିସିସିଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.