ଅହମ୍ମଦାବାଦ: ସର୍ଦ୍ଦାର ପଟେଲ ଷ୍ଟାଡିୟମ(ମୋଟେରା)ରେ ସୟଦ ମୁସ୍ତାକ ଅଲୀ ଟି20ର ଫାଇନାଲ ଫାଇଟ ଜାରି ରହିଛି । ଟସ ଜିତି ପ୍ରଥମେ ବରୋଦାକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ତାଲିମନାଡୁ କ୍ୟାପଟେନ ଦିନେଶ କାର୍ତ୍ତିକ ।

ଉଭୟ ଦଳରେ ଏକାଧିକ ଷ୍ଟାର ଖେଳାଳି ରହିଛନ୍ତି । ଫଳରେ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବାନେଇ ଆଶା କରାଯାଉଛି । ତାମିଲନାଡୁ ଦଳରେ ଏନ. ଜଗଦୀଶାନ, ଦିନେଶ କାର୍ତ୍ତିକ, ମୁରୁଗାଁ ଅଶ୍ବିନିଙ୍କ ପରି ଖେଳାଳି ରହିଛନ୍ତି । ଅନ୍ୟପଟେ ବରୋଦା କ୍ୟାମ୍ପରେ ବିଷ୍ଣୁ ସୋଲାଙ୍କି ଅବିମନ୍ୟୁ ରାଜପୁତ ଓ କେଦାର ଦେବଧରଙ୍କ ପରି ଖେଳାଳି ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ