ETV Bharat / sports

ସୟଦ ମୁସ୍ତାକ ଅଲି ଟି-20: ଗୁଜୁରାଟ ଠାରୁ ହାରିଲା ଓଡିଶା - oca latest news

ସୟଦ ମୁସ୍ତାକ ଅଲି ଟି-20 ମ୍ୟାଚରେ ଓଡିଶାର ପରାଜୟ । ଓଡିଶା ବିପକ୍ଷରେ ଗୁଜୁରାଟ ଦଳ 6ଓ୍ବିକେଟରେ ଏହି ବିଜୟ ହାସଲ କରିଛି।

ସୟଦ ମୁସ୍ତାକ ଅଲି
author img

By

Published : Nov 16, 2019, 3:01 PM IST

କଟକ: ସୟଦ ମୁସ୍ତାକ ଅଲି ଟି-20ରେ ଓଡିଶାକୁ 6 ୱେକେଟରେ ହରାଇଲା ଗୁଜୁରାଟ। ଗତ ଶୁକ୍ରବାର ଦିନ ସୁରଟ ଠାରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚକୁ ଖୁବ ସହଜରେ ଜିତି ନେଇଛି ଗୁଜୁରାଟ । ଏହି ବିଜୟ ସହ ଗୁଜୁରାଟ ଇ ଗ୍ରୁପର 2ୟସ୍ଥାନରେ ରହିଥିଲା ବେଳେ ଓଡିଶା ପାଞ୍ଚ ମ୍ୟାଚରୁ 2ଟି ବିଜୟ ସହ ଷଷ୍ଠ ସ୍ଥାନରେ ରହିଛି ।

ଟିସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡିଶାଦଳ ନିୟମିତ ଆଧାରରେ ୱିକେଟ ହରାଇଥିଲା । ନିର୍ଦ୍ଧାରିତ ଓଭର ମଧ୍ୟ ଖେଳିବାର ଅସମର୍ଥ ହୋଇଥିଲା ଓଡିଶା । ମାତ୍ର 18.1 ଓଭର ରେ ହିଁ ସମସ୍ତ ୱିକେଟ ହରାଇ ଦଳ 101 ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ଶୁଭ୍ରାଂଶୁ ସେନାପତି ସର୍ବାଧିକ 32 ରନ କରିଥିଲା ବେଳେ ,ବିପ୍ଳବ ସାମନ୍ତରାୟ 31 ରନ କରିଥିଲେ । ଗୁଜୁରାଟ ପକ୍ଷରୁ ରୁଷ କାଲରିଆ ଓ ପୀୟୂଷ ଚାୱଲା 3ଟି ଲେଖାଏଁ ୱେକେଟ ନେଇ ଓଡିଶା ରଣନୀତିକୁ ଧୂଳିସାତ କରିଥିଲେ ।

ଅନ୍ୟପଟେ ଗୁଜୁରାଟ ଦଳ 102ରନର ବିଜୟଲକ୍ଷ୍ୟକୁ ପିଛା କରି 16.1 ଓଭରରେ 4 ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲା ଗୁଜୁରାଟ । ଦଳ ପକ୍ଷରୁ ଭାର୍ଗବ ସର୍ବାଧିକ 48 , ପ୍ରିୟଙ୍କ ପାଞ୍ଚଲ 37 ଓ ଚିରାଗ ଗାନ୍ଧୀ 13 ରନ ହାସଲ କରିଥିଲେ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

:

Intro:କଟକ: ସୟିଦ ମୁସ୍ତାକ ଅଲି ଟି-20 ଟ୍ରଫି ରେ ଓଡିଶା କୁ 6 ୱେକେଟ ରେ ହରାଇଲା ଗୁଜୁରାଟ । ଶୁକ୍ରବାର ଖେଳାଯାଇଥିବା ଏହି ଲୋ ସ୍କୋରିଂ ମ୍ୟାଚ କୁ ଖୁବ ସହଜରେ ଜିତି ନେଇଛି ଗୁଜୁରାଟ । ଏହି ବିଜୟ ସହ ଗୁଜୁରାଟ ଇ ଗୃପ ର ଦ୍ୱିତୀୟ ସ୍ଥାନ ରେ ରହିଥିଲା ବେଳେ ଓଡିଶା ପାଞ୍ଚ ମ୍ୟାଚ ରୁ ଦୁଇଟି ବିଜୟ ସହ ଷଷ୍ଠ ସ୍ଥାନ ରେ ରହିଛି ।

ଟିସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଓଡିଶା ନିୟମିତ ଆଧାରରେ ୱେକେଟ ହରାଇଥିଲା । ନିର୍ଧାରିତ ଓଭର ମଧ୍ୟ ଖେଳିବାର ଅସମର୍ଥ ହୋଇଥିଲା ଓଡିଶା । ମାତ୍ର 18 ଓଭର ରେ ହିଁ ସମସ୍ତ ୱେକେଟ ହରାଇ ଦଳ 101 ରନ କରିବା କୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ଶୁଭ୍ରାଂଶୁ ସେନାପତି ସର୍ବାଧିକ 32 ରନ କରିଥିଲା ବେଳେ ,ବିପ୍ଳବ ସାମନ୍ତରାୟ 31 ରନ କରିଥିଲେ । ଗୁଜୁରାଟ ପକ୍ଷରୁ ରୁଷ କାଲରିଆ ଓ ପୀୟୂଷ ଚାୱଲା 3ଟି ଲେଖାଏଁ ୱେକେଟ ନେଇ ଓଡ଼ିଶା ରଣନୀତି କୁ ଧୂଳିସାତ କରିଥିଲେ ।

ଅନ୍ୟପଟେ ବିଜୟ ଲକ୍ଷ୍ୟ କୁ ଧାର୍ଯ୍ୟ କରିବାକୁ ଯାଇ ହାତରେ 6 ୱେକେଟ ରଖି ବିଜୟ ହାସଲ କରିଥିଲା ଗୁଜୁରାଟ । ଦଳ ପକ୍ଷରୁ ଭାର୍ଗବ ସର୍ବାଧିକ 48 , ପ୍ରିୟଙ୍କ ପାଞ୍ଚଲ 37 ଓ ଚିରାଗ ଗାନ୍ଧୀ 13 ରନ ଜରିଆରେ ଦଳ ଓଡିଶା ରନ କୁ ମାତ୍ର 16 ଓଭର ରେ ହିଁ ପାର କରିଥିଲା ଦଳ ।

Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.