ସିଡନି: ନ୍ୟୁଜିଲାଣ୍ଡ ବିପକ୍ଷ 3ୟ ଟେଷ୍ଟ ମ୍ୟାଚ ସିଡନିରେ ଗ୍ରାଉଣ୍ଡରେ ଖେଳାଯିବ । 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ 2-0ରେ ଆଗୁଆ ସିରିଜ ନେଇଛି ଅଷ୍ଟ୍ରେଲିଆ । ସିଡନି ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ ଅପରିବର୍ତ୍ତିତ ରହିବା ନେଇ ଅନୁମାନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି କୋଚ ଜଷ୍ଟିନ ଲାଙ୍ଗର । ତେବେ ମ୍ୟାଚ ଦିନ ପଡିଆକୁ ଦେଖି ଅତିରିକ୍ତ ସ୍ପିନରଙ୍କୁ ଦଳରେ ସାମିଲ ନେଇ ମଧ୍ୟ ସମ୍ଭାବନା ରହିଥିବା ଅଷ୍ଟ୍ରେଲିଆ କୋଚ କହିଛନ୍ତି ।
ପ୍ରଥମ ମ୍ୟାଚ ପର୍ଥରେ ଖେଳାଯାଇଥିଲା । ଏଥିରେ 296 ରନର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ପରେ 2ୟ ଟେଷ୍ଟରେ ମେଲବୋର୍ଣ୍ଣରେ 247 ରନର ସହଜ ବିଜୟ ହାସଲ କରିଥିଲା ଟିମ ପେଇନଙ୍କ ଦଳ । ଫଳରେ ଆଗୁଆ ସିରିଜ କବ୍ଜା କରିଛି ।
ଅଷ୍ଟ୍ରେଲିଆ ଦଳ: ଡେଭିଡ ୱାର୍ଣ୍ଣର, ଜୋ ବର୍ଣ୍ଣସ, ମାର୍ନସ ଲାବୁସାନ, ଷ୍ଟିଭ ସ୍ମିଥ, ମାଥ୍ୟୁ ୱାଡେ, ଟ୍ରାଭିସ ହେଡ, ଟିମ ପେଇନ(ୱିକେଟକିପର, କ୍ୟାପଟେନ), ପାଟ କମିନ୍ସ , ମିଚେଲ ଷ୍ଟାର୍କ, ନାଥନ ଲାୟନ, ଜେମସ ପାଟିନସନ, ମିଚେଲ ନେଜର, ମିଚେଲ ସ୍ବେପସନ ।