ETV Bharat / sports

'ସଫଳ ଆଇପିଏଲ ଦେବ ଟି20 ବିଶ୍ବକପ ଆୟୋଜନର ବିଶ୍ବାସ' - ୟୁଏଇରେ ଆଇପିଏଲ

ୟୁଏଇରେ ଆଇପିଏଲ 13ତମ ସଂସ୍କରଣ ଆୟୋଜନ ପରେ ଦେଶରେ କିପରି ସବୁକିଛି ସାଧାରଣ ହୋଇଯାଇଥିଲା କହିଛନ୍ତି, ଷ୍ଟାର ଇଣ୍ଡିଆ ସ୍ପୋର୍ଟ୍ସ ମୁଖ୍ୟ ସଞ୍ଜୋଗ ଗୁପ୍ତା । ଅଧିକ ପଢନ୍ତୁ...

Successful IPL will be huge vote of confidence for India's ability to host T20 WC: Star India Sports Head
'ସଫଳ ଆଇପିଏଲ ଦେବ ଟି20 ବିଶ୍ବକପ ଆୟୋଜନର ବିଶ୍ବାସ'
author img

By

Published : Apr 9, 2021, 5:55 PM IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର 14ତମ ସଂସ୍କରଣର ଆୟୋଜନ ଆହ୍ବାନପୂର୍ଣ୍ଣ ରହିଛି । ମହାମାରୀ କୋରୋନା ଖେଳାଳିଙ୍କ କ୍ୟାମ୍ପରୁ ମଧ୍ୟ ବାଦ ପଡିନି । କୋରୋନା ଭାଇରସ ସଂକ୍ରମଣ ମାମଲା ଚେନ୍ନାଇ ଓ ମୁମ୍ବାଇରୁ ଆସିଛି । ଏହି ଦୁଇଟି ଭେନ୍ୟୁରେ ଆଇପିଏଲର ପ୍ରଥମ ପର୍ଯ୍ୟାୟ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି । ଏପରି କଠିନ ସମୟରେ ଲିଗ୍‌ ଆରମ୍ଭ ହେଉଥିବାରୁ ପ୍ରଶ୍ନଘେରରେ ମଧ୍ୟ ରହିଛି ।

ମାତ୍ର ଷ୍ଟାର ଇଣ୍ଡିଆ ସ୍ପୋର୍ଟ୍ସ ମୁଖ୍ୟ ସଞ୍ଜୋଗ ଗୁପ୍ତା କହିଛନ୍ତି, ସଫଳ ଆଇପିଏଲ ଆୟୋଜନ ଦେଶ ଆବଶ୍ୟକ କରେ । କାରଣ ୟୁଏଇରେ ଆଇପିଏଲର 13ତମ ସଂସ୍କରଣ ଆୟୋଜନ ପରେ ଦେଶରେ କିପରି ସବୁକିଛି ସାଧାରଣ ହୋଇଯାଇଥିଲା ।

"ବିସିସିଆଇ ଏହି ସଂସ୍କରଣ ଭାରତରେ କରାଇବାର ବିସିସିଆଇର ନିଷ୍ପତ୍ତି ବେଶ ଗୁରୁତ୍ବପୂର୍ଣ୍ଣ ଥିଲା କାରଣ ଏହା ଫ୍ରାଞ୍ଚାଇଜ ମାନଙ୍କୁ ଫାଇଦା ପହଞ୍ଚାଇବ । ବିଭିନ୍ନ ବ୍ରାଣ୍ଡ ଓ ସ୍ପନସର ଆଶା ଅନୁଯାୟୀ, ସଫଳ ହୋଇପାରିବେ । ଷ୍ଟାଡିୟମରେ ଦର୍ଶକଙ୍କୁ ବାରଣ କରାଯାଇଛି, ମାତ୍ର କିଛି ମାତ୍ରାରେ ବିସିସିଆଇର ଗ୍ରାଉଣ୍ଡ ସ୍ପନସର ଓ ଟିମ ସ୍ପନସରଙ୍କୁ ସୁଯୋଗ ମିଳିପାରେ" ବୋଲି ସେ କହିଛନ୍ତି ।

ଆଇପିଏଲର ସଫଳ ଆୟୋଜନ ମଧ୍ୟ ଚଳିତ ବର୍ଷ ଶେଷ ଭାଗରେ ଭାରତ ଆୟୋଜନ କରିବାକୁ ଥିବା ଟି20 ବିଶ୍ବକପ ପାଇଁ ଆତ୍ମବିଶ୍ବାସ ବୃଦ୍ଧି କରିବ କହିଛନ୍ତି ସଞ୍ଜୋଗ ଗୁପ୍ତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.