ହାଇଦ୍ରାବାଦ: ଆଇପିଏଲ 2021 ନିଲାମ ପାଇଁ ଖେଳାଳିଙ୍କ ଚୁଡାନ୍ତ ତାଲିକା ଜାରି କରିଛି ବିସିସିଆଇ । ପ୍ରକାଶିତ ଚୁଡାନ୍ତ ତାଲିକାରେ ରହିଛନ୍ତି 2 ଓଡିଆ ଖେଳାଳି । ଓଡିଶା କ୍ରିକେଟର ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାରଙ୍କ ନାମ ଚୁଡାନ୍ତ ତାଲିକାରେ ରହିଛି । ଅର୍ଥାତ 18 ତାରିଖରେ ଚେନ୍ନାଇରେ ହେବାକୁ ଥିବା ମେଗା ନିଲାମ ପ୍ରକ୍ରିୟାରେ ରହିଛନ୍ତି ଦୁଇ ଓଡିଶା ଖେଳାଳି ।
ବିସିସିଆଇ ଜାରି କରିଥିବା ଚୁଡାନ୍ତ ତାଲିକାରେ ମୋଟ 292 ଖେଳାଳି ରହିଛନ୍ତି । ସେମାନଙ୍କ ମଧ୍ୟରେ 162ଜଣ ଭାରତୀୟ ଓ 125ଜଣ ବିଦେଶୀ ଖେଳାଳି ଓ ଆସୋସିଏଟ ଦେଶର 3ଜଣ ଖେଳାଳି ଅଛନ୍ତି । ତେବେ ଓସିଏ ପାଇଁ ଖୁସିର ଖବର 162 ଭାରତୀୟ ଖେଳାଳିଙ୍କ ମଧ୍ୟରେ ଓଡିଶା କ୍ରିକେଟ ଆସୋସିଏସନର ଦୁଇ ଖେଳାଳି ରହିଛନ୍ତି ।
24 ବର୍ଷୀୟ ଶୁଭ୍ରାଂଶୁ ସେନାପତି କେନ୍ଦୁଝରର ଜିଲ୍ଲାର ପୁଅ । ସେ 6 ଅକ୍ଟୋବରରେ 2016-17 ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ । ସେ ଫେବ୍ରୁଆରୀ 25ରେ 2016-17 ବିଜୟ ହଜାରେ ଟ୍ରଫିରେ ଡେବ୍ୟୁ ମ୍ୟାଚ ଖେଳିଥିଲେ । ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁଙ୍କ ବେସ୍ ପ୍ରାଇସ 20 ଲକ୍ଷ ରହିଛି ।
-
ALERT🚨: VIVO IPL 2021 Player Auction list announced
— IndianPremierLeague (@IPL) February 11, 2021 " class="align-text-top noRightClick twitterSection" data="
2⃣9⃣2⃣ players set to go under the hammer in Chennai on February 18, 2021 😎
More details 👉 https://t.co/m8oEWWw4tg pic.twitter.com/881TWQifah
">ALERT🚨: VIVO IPL 2021 Player Auction list announced
— IndianPremierLeague (@IPL) February 11, 2021
2⃣9⃣2⃣ players set to go under the hammer in Chennai on February 18, 2021 😎
More details 👉 https://t.co/m8oEWWw4tg pic.twitter.com/881TWQifahALERT🚨: VIVO IPL 2021 Player Auction list announced
— IndianPremierLeague (@IPL) February 11, 2021
2⃣9⃣2⃣ players set to go under the hammer in Chennai on February 18, 2021 😎
More details 👉 https://t.co/m8oEWWw4tg pic.twitter.com/881TWQifah
ସେହିପରି 29ବର୍ଷୀୟ ଗୋବିନ୍ଦ ପୋଦ୍ଦାରଙ୍କ ନାମ ମଧ୍ୟ ଚଳିତ ବର୍ଷ ଆଇପିଏଲ ନିଲାମ ଚୁଡାନ୍ତ ତାଲିକାରେ ରହିଛି । ତାଙ୍କର ବେସ୍ ପ୍ରାଇସ ରହିଛି 20ଲକ୍ଷ । ପ୍ରଥମ ଶ୍ରେଣୀ କ୍ରିକେଟର ଗୋବିନ୍ଦ ନିଜର ଡେବ୍ୟୁ ମ୍ୟାଚରେ ଶତକୀୟ ପାଳି ଖେଳିଥିଲେ । 2010 ବରୋଦା ବିପକ୍ଷରେ ଏହି ରେକର୍ଡ କରିଥିଲେ । ସେ ଓଡିଶା ରଣଜୀ ଦଳ ପାଇଁ ଖେଳି ଆସୁଛନ୍ତି । ଏଯାବତ 71ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ୍ରୁ 3,423ରନ୍ ସଂଗ୍ରହ କରିଛନ୍ତି । 52ଟି ଲିଷ୍ଟ ଏ ମ୍ୟାଚରୁ 1,680ରନ୍ ସଂଗ୍ରହ କରିଛନ୍ତି । 2018-19 ବିଜୟ ହଜାରେ ଟ୍ରଫିରେ ଓଡିଶା ପକ୍ଷରୁ ସର୍ବାଧିକ 359(6ଟି ମ୍ୟାଚ)ରନ୍ କରିଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ