ପୁନେ: ଅମାନିଆ ଇଂଲିସ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ପୁଣି ଥରେ ଚେତାବନୀ । ଶୁକ୍ରବାର ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆରେ ବଲ୍ରେ ଛେପ ଲଗାଇବା ପରେ ପଡିଆ ଅମ୍ପାୟାର ଷ୍ଟୋକ୍ସଙ୍କୁ ଚେତାବନୀ ଦେଇଛନ୍ତି । ତେବେ ଷ୍ଟୋକ୍ସ ଭୁଲବଶତଃ ଏହା କରିଥିବା କୁହାଯାଉଛି ।
ଏହି ଘଟଣା ଭାରତୀୟ ଇଂନିସର 4ର୍ଥ ଓଭରରେ ଦେଖିବାକୁ ମିଳିଥିଲା । ବଲ୍ରେ ଛେପ ବ୍ୟବହାର କରିବାକୁ ବାରଣ କରାଯାଇଥିବା ଭୁଲିଯାଇଥିଲେ ଷ୍ଟୋକ୍ସ । ବଲ୍ରେ ଛେପ ବ୍ୟବହାର ଦେଖିବା ପରେ ଫିଲ୍ଡିଂ ଅମ୍ପାୟାର ନୀତିତ ମେନନ ଓ ବିରେନ୍ଦ୍ର ଶର୍ମା କ୍ୟାପଟେନ ବଟଲରଙ୍କୁ ଚେତବନୀ ଦେଇଥିଲେ । ସମାନ ଓଭରରେ ରିସ ଟପଲେଙ୍କ ବଲ୍ରେ ଶିଖର ଧାୱନଙ୍କୁ ସେ ସ୍ଲିପରେ କ୍ୟାଚ ଆଉଟ କରାଇଥିଲେ ।
କୋଭିଡ-19 ସଂକ୍ରମଣ ଭୟ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବଲ୍ରେ ଛେପ ବ୍ୟବହାରକୁ ବାରଣ କରିଛି । ମାତ୍ର ଏପରି ଭୁଲ୍ ଦ୍ବିତୀୟ ଥର କରିଛନ୍ତି ଷ୍ଟୋକ୍ସ । ଅହମ୍ମଦାବାଦରେ ପିଙ୍କ୍ ଟେଷ୍ଟ ମ୍ୟାଚରେ ସମାନ ଭୁଲ କରିଥିଲେ ଓ ଅମ୍ପାୟରଙ୍କ ଠାରୁ ଚେତାବନୀ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ