ETV Bharat / sports

ଏନସିଏରେ ଅଭ୍ୟାସ ଆରମ୍ଭ କଲେ ଦ୍ରୁତ ବୋଲର ଇଶାନ୍ତ ଶର୍ମା

author img

By

Published : Nov 19, 2020, 4:42 AM IST

ସିନିୟର ଫେସ ବୋଲର ଇଶାନ୍ତ ଶର୍ମା ଏନସିଏରେ ଅଭ୍ୟାସ ଆରମ୍ଭ କରିଛନ୍ତି ।ଆଷ୍ଟ୍ରେଲିଆ ଗସ୍ତରେ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଲକ୍ଷ୍ୟ ରଖି ଅଭ୍ୟାସ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

star pace bowler ishant sharma starts paractice in nca
ଏନସିଏରେ ଅଭ୍ୟାସ ଆରମ୍ଭ କଲେ ଦ୍ରୁତ ବୋଲର ଇଶାନ୍ତ ଶର୍ମା

ନୂଆଦିଲ୍ଲୀ: ଭାରତୀୟ ଦଳର ସିନିୟର ଷ୍ଟାର ପେସ ବୋଲର ଇଶାନ୍ତ ଶର୍ମା ଏନସିଏରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଭାରତୀୟ ଦଳର ଆଷ୍ଟ୍ରେଲିଆ ଗସ୍ତରେ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଲକ୍ଷ୍ୟ ରଖି ଅଭ୍ୟାସ ଆରମ୍ଭ କରିଛନ୍ତି ଇଶାନ୍ତ ।

ପୂର୍ବରୁ ଇଶାନ୍ତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଖେଳୁଥିବାବେଳେ ବାମଗୋଡର ମାଂସପେଶୀ ଟାଣିବା ଯୋଗୁଁ ସେ ଆଇପିଏଲର ଅଧାରୁ ଓହରିଥିଲେ । ଆଇପିଏଲରେ କେବଳ ଗୋଟିଏ ମାତ୍ର ମ୍ୟାଚ ଖେଳିଥିଲେ ସେ । ବର୍ତ୍ତମାନ ଇଶାନ୍ତ ଜାତୀୟ କ୍ରିକେଟ ଏକାଡେମୀରେ (ଏନସିଏ) ରାହୁଲ ଡ୍ରାଭିଡ ଓ ଫିଜିଓ ଆଶିଷ କୌଶିକଙ୍କ ତତ୍ତ୍ବାବଧାନରେ ଅଭ୍ୟାସ ଆରମ୍ଭ କରିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଯେ ଆଡିଲେଡରେ ପ୍ରଥମ ଟେଷ୍ଟ ପୂର୍ବରୁ ଇଶାନ୍ତ ଫିଟ୍ ହେବେ ବୋଲି ସେମାନେ ଆଶା କରୁଛନ୍ତି। ଗାଙ୍ଗୁଲି କହିଥିଲେ ଯେ, ଦ୍ରୁତ ବୋଲରଙ୍କ ପାଇଁ ବିସିସିଆଇ ପ୍ରୋଟୋକଲ୍ ଥିବାରୁ ଇଶାନ୍ତ ଅଷ୍ଟ୍ରେଲିଆରେ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବେ ।

ଯଦି ଇଶାନ୍ତ ଅଷ୍ଟ୍ରେଲିଆରେ ତିନୋଟି ମ୍ୟାଚ ଖେଳିବାରେ ସଫଳ ହୁଅନ୍ତି, ତେବେ ସେ କପିଲ ଦେବଙ୍କ ପରେ ଦ୍ବିତୀୟ ଭାରତୀୟ ଦ୍ରୁତ ବୋଲର ଭାବରେ 100 ଟେଷ୍ଟ ଖେଳିବେ । ତାଙ୍କ କ୍ୟାରିୟରେ 300 ତମ ୱିକେଟ୍ ହାସଲ କରିବାକୁ ସେ ତିନୋଟି ୱିକେଟ୍ ଦୂରରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.