ETV Bharat / sports

2011 ବିଶ୍ବକପ ଫାଇନାଲ ମ୍ୟାଚ ଫିକ୍ସିଂ ମାମଲାର ବନ୍ଦ ହେଲା ତଦନ୍ତ - ଫିକ୍ସିଙ୍ଗ ମାମଲାର ବନ୍ଦ ହେଲା ତଦନ୍ତ

ଖେଳାଳିଙ୍କ ବୟାନରୁ ମିଳିଲା ନାହିଁ କୌଣସି ପ୍ରମାଣ । 2011 ବିଶ୍ବକପ ଫିକ୍ସିଂ ମାମଲାର ତଦନ୍ତ ବନ୍ଦ କଲା ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା ଗଠିତ ସ୍ବତନ୍ତ୍ର ତଦନ୍ତ ୟୁନିଟ । ଅଧିକ ପଢ଼ନ୍ତୁ...

Sri Lanka drops probe,  2011 WC final fixing allegations,  2011 ବିଶ୍ବକପ ଫିକ୍ସ ମାମଲା, ଫିକ୍ସିଙ୍ଗ ମାମଲାର ବନ୍ଦ ହେଲା ତଦନ୍ତ, ଶ୍ରୀଲଙ୍କା ସ୍ବତନ୍ତ୍ର ତଦନ୍ତ ୟୁନିଟ
2011 ବିଶ୍ବକପ ଫାଇନାଲ ମ୍ୟାଚ ଫିକ୍ସିଙ୍ଗ ମାମଲାର ବନ୍ଦ ହେଲା ତଦନ୍ତ
author img

By

Published : Jul 3, 2020, 5:32 PM IST

କଲମ୍ବୋ: 2011 ବିଶ୍ବକପର ଫାଇନାଲ ମ୍ୟାଚ ଯାହା ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା ସେଥିରେ ଫିକ୍ସିଂ ହୋଇଥିବା ଅଭିଯୋଗ କରିଥିଲେ ଶ୍ରୀଲଙ୍କାର ପୂର୍ବତନ କ୍ରୀଡାମନ୍ତ୍ରୀ । ଯାହାପରେ ବର୍ତ୍ତମାନ ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ଏକ ସ୍ବତନ୍ତ୍ର ତଦନ୍ତ ୟୁନିଟ ଗଠନ କରି ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ଏହି ତଦନ୍ତକୁ ବନ୍ଦ କରିଦିଆଯାଇଛି ବୋଲି କହିଛନ୍ତି ସ୍ବତନ୍ତ୍ର ତଦନ୍ତକାରୀ ୟୁନିଚର ମୁଖ୍ୟ ଏସଏସପି ଜଗତ ଫୋନସେକା ।

ଫୋନସେକା କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରିବାକୁ ଯାଇ ଶ୍ରୀଲଙ୍କା ଖେଳାଳି ଯେଉଁମାନେ ଏହି ମ୍ୟାଚରେ ସମ୍ପୃକ୍ତ ଥିଲେ ସେମାନଙ୍କୁ ମଧ୍ୟ ଆମେ ପଚରା ଉଚରା କରିଥିଲୁ କିନ୍ତୁ ସେଥିରୁ ଅଭିଯୋଗର କୌଣସି ପ୍ରମାଣ ମିଳି ନଥିଲା ।

ଏକ ସ୍ଥାନୀୟ ଖବର କାଗଜକୁ ଫୋନସେକା କହିଛନ୍ତି ଯେ, ‘‘ବର୍ତ୍ତମାନ ପର୍ଯ୍ୟନ୍ତ ରେକର୍ଡ ହୋଇଥିବା 3ଟି ବୟାନରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଆଣିଥିବା 14ଟି ଅଭିଯୋଗର କୌଣସି ପ୍ରମାଣ ମିଳିଲା ନାହିଁ । ଆଇସିସି ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ । ଏହାସହ କୌଣସି ତଦନ୍ତ ପାଇଁ ମଧ୍ୟ କରିନାହିଁ ।’’

ଏହି ପରୀପ୍ରେକ୍ଷାରେ ଯେଉଁ କ୍ରିକେଟର ମାନେ ନିଜର ବୟାନ ଦେଇଛନ୍ତି ସେମାନେ ହେଲେ ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା, ମାହେଲା ଜୟବର୍ଦ୍ଧନେ, ଉପୁଲ ଥରଙ୍ଗା ଓ ଅରବିନ୍ଦ ଡି ସିଲଭା ଯିଏ କି 2011 ପୂର୍ବରୁ ଚୟନକର୍ତ୍ତାଙ୍କ ଚେୟାରମ୍ୟାନ ଥିଲେ ।

ଫୋନସେକା କହିଛନ୍ତି ଯେ ଏସଆଇୟୁ ତଦନ୍ତ ରିପୋର୍ଟକୁ କ୍ରୀଡ଼ା ମନ୍ତ୍ରଣାଳୟର ସଚିବଙ୍କ ନିକଟକୁ ପଠାଇବ। ଶୁକ୍ରବାର ସକାଳେ ଅନୁଷ୍ଠିତ ସ୍ବତନ୍ତ୍ର ତଦନ୍ତ ୟୁନିଟର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା ବେଳେ ତଦନ୍ତ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ଆଲୁଥଗାମାଗେ ଅଭିଯୋଗ କରିଥିଲେ ଯେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କା ଭାରତକୁ ହରାଇଥିବା ଏହି ମ୍ୟାଚ ଫିକ୍ସ ହୋଇଥିଲା।

‘‘2011 କ୍ରିକେଟ ବିଶ୍ବକପ ଫାଇନାଲ ଫିକ୍ସ କରାଯାଇଥିଲା। ମୁଁ ଯାହା କହୁଛି ସେନେଇ ଦୃଢ଼ ରହିଛି। ମୁଁ ଯେତେବେଳେ କ୍ରୀଡ଼ା ମନ୍ତ୍ରୀ ଥିଲି ସେତେବେଳେ ଏହା ଘଟିଥିଲା।’’

‘‘ତେବେ, ମୁଁ ଦେଶ ପାଇଁ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ଇଚ୍ଛା କରେ ନାହିଁ। 2011ରେ ଭାରତ ବିପକ୍ଷ ମ୍ୟାଚ, ଆମେ ଜିତୁଥିବା ମ୍ୟାଚ ଫିକ୍ସ କରାଯାଇଥିଲା। ମୁଁ ଏହାକୁ ଏକ ଦାୟିତ୍ବର ସହିତ କହୁଛି ଏବଂ ମୁଁ ଏକ ବିତର୍କ ପାଇଁ ଆଗକୁ ଆସିପାରେ। ଲୋକମାନେ ଏହା ବିଷୟରେ ଚିନ୍ତିତ ଅଛନ୍ତି। ମୁଁ ଏଥିରେ କ୍ରିକେଟରଙ୍କୁ ଜଡିତ କରିବି ନାହିଁ। ତଥାପି ମ୍ୟାଚ ଫିକ୍ସ କରିବାରେ କିଛି ଗୋଷ୍ଠୀ ନିଶ୍ଚିତ ଭାବରେ ଜଡିତ ଥିଲେ,’’ ବୋଲି ସେ କହିଥିଲେ।

ପରେ ଉଭୟ ସାଙ୍ଗାକରା ଏବଂ ଜୟୱର୍ଦ୍ଧନେ ତାଙ୍କ ବିରୁଦ୍ଧରେ ସର୍ବସାଧାରଣରେ କହିବା ପରେ ସେ ଏହି ବିବୃତ୍ତିରେ ବ୍ୟାକଟ୍ରାକ କରିଥିବା ଜଣାପଡିଛି, ସେ କହିଛନ୍ତି ଯେ ଖେଳାଳି ନୁହେଁ ବରଂ ମ୍ୟାଚ ବିକ୍ରୟ କରୁଥିବା କିଛି ଅଧିକାରୀଙ୍କ ବିଷୟରେ ସେ କହୁଛନ୍ତି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.