ETV Bharat / sports

ଆଇପିଏଲ୍ 2020: ବେୟାରଷ୍ଟୋଙ୍କ ଶାନଦାର ପ୍ରଦର୍ଶନ, ପଞ୍ଜାବ ଆଗରେ 202 ରନ୍ ଲକ୍ଷ୍ୟ - SRH VS KXIP

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେ୍ଟ ବ୍ୟୟରେ 201ରନ କରିଛି ହାଇଦ୍ରାବାଦ ।

ଆଇପିଏଲ୍ 2020: ବେୟାରଷ୍ଟୋ ଶାନଦାର ପ୍ରଦର୍ଶନ, ପଞ୍ଜାବ ଆଗରରେ 202 ରନ୍ ଲକ୍ଷ୍ୟ

author img

By

Published : Oct 8, 2020, 10:52 PM IST

ଦୁବାଇ: ଆଇପିଏଲ୍ 2020ର 13 ତମ ସିଜନରେ ହାଇଦ୍ରାବାଦ ଏବଂ ପଞ୍ଜାବ ଆଜି ମୁହାଁମୁହିଁ ହୋଇଛନ୍ତି । ଟସ୍ ଜିତିବା ପରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେ୍ଟ ବ୍ୟୟରେ 201ରନ କରିଛି ହାଇଦ୍ରାବାଦ ।

ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ତାଙ୍କ ପାଇଁ ଠିକ୍ ବୋଲି ପ୍ରମାଣିତ ହୋଇଥିଲା। ତାଙ୍କ ଇନିଂସ ସମୟରେ ଏକ ସମୟ ଥିଲା ଯେତେବେଳେ ଦଳର ସ୍କୋର ମାତ୍ର 11 ଓଭରରେ 121 ରେ ପହଞ୍ଚିଥିଲା । ଏହାର କାରଣ ଥିଲା ସେମାନଙ୍କର ଓପନିଂ ଯୋଡି ଡେଭିଡ ୱାର୍ନର ଏବଂ ଜନି ବେୟାରଷ୍ଟୋ ।

ଉଭୟ ଖେଳାଳି ଦ୍ରୁତ ଗତିରେ ସ୍କୋର କରିଥିଲେ ଏବଂ ଏହି ସମୟ ମଧ୍ୟରେ ୱାର୍ଣ୍ଣର ମଧ୍ୟ ଦମଦାର ପାଳି ଖେଳୁଥିଲେ । ଯେତେବେଳେ ବେୟାରଷ୍ଟ୍ରୋ ତାଙ୍କ ଶତକର ନିକଟତର ହେଉଥିଲେ, ରବି ବିଷ୍ଣୋଇ ତାଙ୍କୁ ଆଉଟ କରି ପାଭିଲିଅନ ପଠାଇଥିଲେ । 15 ଓଭରରେ ସ୍କୋର ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଥିଲା ।

ବିଷ୍ଣୁୋଇଙ୍କ ଓଭର ସମୟରେ ବେୟାରଷ୍ଟ୍ରୋଙ୍କ ଶତକ ହାସଲ ହୋଇପାରି ନଥିଲା ଏବଂ ସେ 55 ବଲରେ 97 ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ । ଏହା ବ୍ୟତୀତ ହାଇଦ୍ରାବାଦ ଅଧିନାୟକ ତଥା ଓପନର୍ ୱାର୍ଣ୍ଣର ରବିଙ୍କ ଦ୍ବାରା ଆଉଟ ହୋଇଥିଲେ । ପଡ଼ିଆରୁ ଉଭୟ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ପରେ ମନୀଷ ପାଣ୍ଡେଙ୍କୁ ମଧ୍ୟ ପରବର୍ତ୍ତୀ ଓଭରରେ ଆଉଟ ହୋଇଥିଲେ । ବିଷ୍ଣୋଇ 3ଟି ଏବଂ ଅର୍ଶଦୀପ ସିଂ ଦୁଇଟି ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.