ETV Bharat / sports

ଆଇପିଏଲ 2020: ଚମକିଲା ସନରାଇଜର୍ସ, 69ରନ୍‌ରେ ହାରିଲା ପଞ୍ଜାବ

author img

By

Published : Oct 9, 2020, 8:49 AM IST

ଆଇପିଏଲର 22ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ଦମଦାର ପ୍ରଦର୍ଶନ । 69ରନ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ମାତ୍‌ ଦେଇ ହାଇଦ୍ରାବାଦର 3ୟ ବିଜୟ ହାସଲ କରିଛି । ଏହି ବିଜୟ ପରେ 6 ପଏଣ୍ଟ ସହ 3ୟ ସ୍ଥାନକୁ ଲମ୍ଫ ପ୍ରଦାନ କରିଛି ହାଇଦ୍ରାବାଦ । ତେବେ ପଞ୍ଜାବ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଜନି ବେୟାରଷ୍ଟୋଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ମିଳିଛି ।

SRH vs KXIP, 22nd Match: Sunrisers Hyderabad won by 69 runs

ଦୁବାଇ: ଆଇପିଏଲର 22ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ଦମଦାର ପ୍ରଦର୍ଶନ । 69ରନ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ମାତ୍‌ ଦେଇ ହାଇଦ୍ରାବାଦର 3ୟ ବିଜୟ ହାସଲ କରିଛି । ଏହି ବିଜୟ ପରେ 6 ପଏଣ୍ଟ ସହ 3ୟ ସ୍ଥାନକୁ ଲମ୍ଫ ପ୍ରଦାନ କରିଛି ହାଇଦ୍ରାବାଦ । ତେବେ ପଞ୍ଜାବ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଜନି ବେୟାରଷ୍ଟୋଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ମିଳିଛି ।

ଟସ୍ ଜିତିବା ପରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେ୍ଟ ହରାଇ 201ରନ୍‌ ସଂଗ୍ରହ କରିଥିଲା ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ତାଙ୍କ ପାଇଁ ଠିକ୍ ବୋଲି ପ୍ରମାଣିତ ହୋଇଥିଲା । ଓପନିଂ ଯୋଡି ଡେଭିଡ ୱାର୍ଣ୍ଣର ଏବଂ ଜନି ବେୟାରଷ୍ଟୋ 160ରନ୍‌ର ପାର୍ଟନରସିପ୍‌ ଇଂନିସ ଖେଳିଥିଲେ । ବେୟାରଷ୍ଟ୍ରୋଙ୍କ ଶତକ ହାସଲ ପାଇଁ ଆଉ 3ରନ୍‌ ବାକି ଥିବାବେଳେ ରବି ବିଷ୍ଣୋଇ ତାଙ୍କୁ ଆଉଟଚ କରିଥିଲେ । ସେ 55 ବଲରେ 97 ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ । ୱାର୍ଣ୍ଣର 52ରନ୍‌(40ବଲ୍‌,5ଚୌକା,6ଛକା) ହାସଲ କରିଥିବାବେଳେ ଅବଦୁଲ ସମାଦ 8,କେନ ୱିଲିୟମସନ 20*, ଅଭିଷେକ ଶର୍ମା 12, ମନୀଷ ପାଣ୍ଡେ 1 କରିଥିଲେ ।

ପଞ୍ଜାବ ପକ୍ଷରୁ ରବି ବିଷ୍ଣୋଇ 3ଟି ଏବଂ ଅର୍ଶଦୀପ ସିଂ ଦୁଇଟି ୱିକେଟ ନେଇଥିବାବେଳେ ମହମ୍ମଦ ସାମି ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ ।

ତେବେ 202ରନ୍‌ର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିବା ରାହୁଲଙ୍କ ବାହିନୀ 16.5ଓଭରରେ ହିଁ ଅଲଆଉଟ୍‌ ହୋଇଯାଇଥିଲେ । ଦଳ ପକ୍ଷରୁ କେବଳ ନିକୋଲାସ ପୁରନ 77ରନ୍‌(37ବଲ୍‌) କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନମାନେ ସନରାଇଜର୍ସ ହାଇଦ୍ରାବାଦର ବୋଲରଙ୍କ ସାମ୍ନା କରି ପାରି ନଥିଲେ ରାହୁଲ 11, ମୟଙ୍କ ଅଗ୍ରୱାଲ 9, ସିମରନ ସିଂ 11, ଗ୍ଲେନ ମ୍ୟାକ୍ସୱେଲ 7, ମନଦୀପ ସିଂ 6, ମୁଜିବ ଉର ରେହମାନ 1ରନ୍‌ ଓ ରବି ବିଷ୍ଣୋଇ 6ରନ୍‌ ସଂଗ୍ରହ କରିଥିଲେ । ଦଳଗତ ପ୍ରଦର୍ଶନ ଦୁବର୍ଳ ଥିବାରୁ 16.5ଓଭରରେ ଦଳ ମାତ୍ର 132ରନ କରି ଅଲଆଉଟ ହୋଇଯାଇଥିଲା । ଏହା ପଞ୍ଜାବର ପଞ୍ଚମ ପରାଜୟ ।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ରସିଦ ଖାନ 3ଟି, ଖାଲିଲ ଅହମ୍ମଦ ଓ ଟି ନଟାରାଜନ 2ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବାବେଳେ ଅଭିଷେକ ଶର୍ମା ଗୋଟିଏ ଓ୍ବିକେଟ ହାସଲ କରିଥିଲେ ।

ବିଜୟୀ ହାଇଦ୍ରାବାଦ ତା'ର ପରବର୍ତ୍ତୀ ମ୍ୟାଚ 11ଅକ୍ଟୋବର ଦିନ ଦୁବାଇ ଗ୍ରାଉଣ୍ଡରେ ରାଜସ୍ଥାନ ବିପକ୍ଷରେ ଖେଳିବ । ସେହିପରି କିଙ୍ଗ୍ସ ଏକାଦଶ ପଞ୍ଜାବ 10 ଅକ୍ଟୋବର ଦିନ କେକେଆର ଦଳକୁ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.