ETV Bharat / sports

ଆଇପିଏଲ 2020: ସୁପରସଣ୍ଡେରେ କୋଲକାତାର ସୁପର ଜିତ୍ - lockie ferguson latest news

ଲିଗ୍‌ର ଏହି 35ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ସୁପରଓଭରରେ ମାତ୍‌ ଦେଇଛି କୋଲକାତା ନାଇଟ୍ ରାଇଡର୍ସ । ସୁପରଓଭରରେ ଲକି ଫର୍ଗୁସନ୍‌ଙ୍କ ଚମତ୍କାର ବୋଲିଂରେ ଦଳକୁ 5ମବିଜୟ ମିଳିଛି । ଅଧିକ ପଢନ୍ତୁ:

ଆଇପିଏଲ 2020: ସୁପରସଣ୍ଡେରେ କୋଲକାତାର ସୁପର ବିଜୟ

author img

By

Published : Oct 18, 2020, 8:55 PM IST

Updated : Oct 18, 2020, 9:14 PM IST

ଆବୁଧାବି: ସୁପରସଣ୍ଡେର ଡବଲ ହେଡର 1ମ ମ୍ୟାଚ ବେଶ୍‌ ରୋମାଞ୍ଚକର ରହିଥିଲା । ଲିଗ୍‌ର 35ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ କଡାମୁକାବିଲା ଦେଖିବାକୁ ମିଳିଥିଲା । ଫଳରେ ମ୍ୟାଚ ଯାଇ ପହଞ୍ଚିଥିଲା ସୁପରଓଭରରେ । ଏହି ସୁପରଓଭର ମ୍ୟାଚରେ କୋଲକାତା ହାଇଦ୍ରାବାଦକୁ ମାତ୍‌ ଦେଇ ଲିଗ୍‌ର 5ମ ବିଜୟ ହାସଲ କରିଛି । ସୁପରଓଭରରେ ଲକି ଫର୍ଗୁସନ୍‌ଙ୍କ ଚମତ୍କାର ବୋଲିଂରେ ଦଳକୁ ବିଜୟ ମିଳିଛି ।

କେକେଆର ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦକୁ 164ରନ୍‌ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ସନରାଇଜର୍ସ ହାଇଦ୍ରାବାଦ ଟିମ ନିର୍ଦ୍ଧାରିତ ଓଭରରେ 6ଓ୍ବିକେଟ ହରାଇ 163ରନ୍‌ ହାସଲ କରି ମ୍ୟାଚକୁ ଡ୍ର ରଖିଥିଲା । ଏହାପରେ ସୁପରଓଭରରେ ହାଇଦ୍ରାବାଦ 2ଓ୍ବିକେଟ ହରାଇ ମାତ୍ର ରନ୍‌ ସଂଗ୍ରହ କରିଥିଲା । କୋଲକାତା ବିନା ଓ୍ବିକେଟ ହରାଇ 3ରନ୍‌ ସଂଗ୍ରହ କରି ମ୍ୟାଚ ନିଜ ନାଁରେ କରିନେଇଛି ।

ପ୍ରଥମେ ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦ ଫିଲ୍ଡିଂର ନିଷ୍ପତ୍ତି ନେଇଥିଲା । ତେବେ କେକେଆର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 5 ଓ୍ବିକେଟ ବିନିମୟରେ 163ରନ କରିଥିଲା ।

କେକେଆର ଦଳ ପକ୍ଷରୁ ସର୍ବାଧିକ 36ରନ ସଂଗ୍ରହ କରିଥିଲେ ଶୁଭମାନ ଗିଲ । ଓପନର ରାହୁଲ ତ୍ରିପାଠୀ ଓ ଶୁଭମାନ ଗିଲ 48ରନର ପାର୍ଟନରସିପ ଇଂନିସ ଖେଳିଥିଲେ । ରାହୁଲ 23ରନରେ ଆଉଟ ହେବାପରେ ଶୁଭମାନ ଗିଲ 36ରନ୍‌ କରି ଆଉଟ ହୋଇଥିଲେ । ଏହାପରେ 12.1 ଓଭରରେ ନୀତୀଶ ରାଣା 29ରନ୍‌(20ବଲ୍‌) କରି ପାଭାଲିୟନକୁ ଫେରିଥିଲେ । ରସେଲ ମାତ୍ର 9 ରନ କରି କ୍ୟାଚ ଆଉଟ ହୋଇଯାଇଥିଲେ । ଅଧିନାୟକ ମୋର୍ଗାନ୍ 23ବଲରେ 34ରନ୍‌ କରିଥିବାବେଳେ ଦିନେଶ କାର୍ତ୍ତିକ 14ବଲ୍‌ରେ 29ରନ୍‌ ସଂଗ୍ରହ କରିଥିଲେ

ତେବେ ବିପକ୍ଷ ଦଳ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ୍ 2ଟି, ବେସିଲ ଥାମ୍ପି, ବିଜୟ ଶଙ୍କର ଓ ରସିଦ ଖାନ ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି ।

164ରନ୍‌ର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ଓ୍ବାର୍ଣ୍ଣରଙ୍କ ଦଳ । ଓପନିଂ ଯୋଡି କେନ୍‌ ଓ୍ବିଲିୟମସନ ଓ ଜନି ବେୟାରଷ୍ଟୋ 57ରନ୍‌ର ପାଟର୍ନରସିପ ଇଂନିସ ଖେଳିଥିଲେ । ଏହାପରେ ବେୟାରଷ୍ଟୋ 36ରନ୍‌ ଓ କେଲ 29ରନ୍‌ ସଂଗ୍ରହ କରିଥିଲେ । ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର 47*ରନ୍‌ର ଇଂନିସ ଖେଳି ମ୍ୟାଚକୁ ଡ୍ର ଯାଏଁ ନେଇଥିଲେ । ଦଳ ପକ୍ଷରୁ ପ୍ରିୟମ ଗର୍ଗ 4, ମନୀଷ ପାଣ୍ଡେ 6, ବିଜୟ ଶଙ୍କର 7, ଅବଦୁଲ ସମାଦ 23, ରସିଦ ଖାନ 1* ରନ୍‌ କରିଥିଲେ । ତେବେ ଦଳ ନିର୍ଦ୍ଧାରିତ ଓଭରରେ 6ଓ୍ବିକେଟ ବିନିମୟରେ 163ରନ୍‌ ହାସଲ କରିଥିଲା ଦଳ ।

କେକେଆର ପକ୍ଷରୁ ପାଟ୍ କମିନ୍ସ, ଶିବମ୍ ମାଭି, ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଥିବାବେଳେ ଲକି ଫର୍ଗୁସନ୍ 3ଟି ଓ୍ବିକେଟ ହାତେଇଥିଲେ ।

Last Updated : Oct 18, 2020, 9:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.