ETV Bharat / sports

'ଟମ ମୁଡି' ସନରାଇଜର୍ସ ହାଇଦ୍ରାବାଦର କ୍ରିକେଟ ନିର୍ଦ୍ଦେଶକ ନିଯୁକ୍ତ

author img

By

Published : Dec 15, 2020, 9:31 PM IST

ଟମ ମୁଡି 2019 ଆଇପିଏଲ ସଂସ୍କରଣ ପର୍ଯ୍ୟନ୍ତ ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ କୋଚ ରହିଥିଲେ । ତାଙ୍କର କାର୍ଯ୍ୟକାଳ ସମୟରେ 2016 ଆଇପିଏଲ ସଂସ୍କରଣରେ ଆଇପିଏଲ ଟାଇଟେଲ ବିଜେତା ହୋଇଥିଲା ହାଇଦ୍ରାବାଦ । ଅଧିକ ପଢନ୍ତୁ...

SRH appoint Moody as director of cricket
ଟମ ମୁଡି ସନରାଇଜର୍ସ ହାଇଦ୍ରାବାଦର କ୍ରିକେଟ ନିର୍ଦ୍ଦେଶକ ନିଯୁକ୍ତ

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦକୁ ପୁଣି ଫେରିଲେ ଟମ ମୁଡି । ମଙ୍ଗଳବାର ମୁଡିଙ୍କୁ ସନରାଇଜର୍ସ ହାଇଦ୍ରାବାଦ କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି ।

55 ବର୍ଷୀୟ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ତଥା କୋଚ ଟମ ମୁଡି 2019 ଆଇପିଏଲ ସଂସ୍କରଣ ପର୍ଯ୍ୟନ୍ତ ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ କୋଚ ରହିଥିଲେ । ତାଙ୍କର କାର୍ଯ୍ୟକାଳ ସମୟରେ 2016 ଆଇପିଏଲ ସଂସ୍କରଣରେ ଆଇପିଏଲ ଟାଇଟେଲ ବିଜେତା ହୋଇଥିଲା ହାଇଦ୍ରାବାଦ । ଏଥିସହ 5ଥର ଅରେଞ୍ଜ ଆର୍ମୀ ପ୍ଲେ-ଅଫରେ ସ୍ଥାନ ପକ୍କା କରିଥିଲା । ତେବେ ଗତବର୍ଷ ଜୁଲାଇରେ ଇଂଲଣ୍ଡର ବିଶ୍ବକୁ ବିଜୟୀ କୋଚ ଟ୍ରେଭର ବେଲିସ ତାଙ୍କ ସ୍ଥାନରେ ହାଇଦ୍ରାବାଦର କୋଚ ଭାବେ ଦାୟିତ୍ବ ନେଇଥିଲେ ।

ମୁଡିଙ୍କ ନିର୍ଦ୍ଦେଶକ ନିଯୁକ୍ତି ନେଇ ସନରାଇଜର୍ସ ହାଇଦ୍ରାବାଦର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଘୋଷଣା କରିଛି ।

ୟୁଏଇରେ ଖେଳାଯାଇଥିବା ଆଇପିଏଲରେ, ସନରାଇଜର୍ସ ପୁନର୍ବାର ପ୍ଲେ-ଅଫରେ ପ୍ରବେଶ କରିଥିଲା । ତେବେ କ୍ବାଲିଫାୟର 2ରେ ଶୈଖ ଜାୟଦ ଷ୍ଟାଡିୟମ ଆବୁଧାବିରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.