ନୂଆଦିଲ୍ଲୀ: ଇଂଲଣ୍ଡ ଅଲରାଣ୍ଡର ବେନ ଷ୍ଟୋକ୍ସଙ୍କୁ ଟିମ ଇଣ୍ଡିଆର ଏସ ଶ୍ରୀଶାନ୍ତଙ୍କ କଡା ଜବାବ । ଏକ ଅନଲାଇନ ଲାଇଭ ସେସନରେ ଷ୍ଟୋକ୍ସଙ୍କ ଉଦ୍ଦେଶ୍ୟରେ ଶ୍ରୀଶାନ୍ତ କହିଛନ୍ତି, "ଧୋନି ଏତେଶୀଘ୍ର କୌଣସି ଜିନିଷକୁ ଭୁଲନ୍ତି ନାହିଁ । ଯେବେ ବି ଆଇପିଏଲ କିମ୍ବା ଇଂଲଣ୍ଡ ବିପକ୍ଷରେ ସାମ୍ନାକୁ ଆସିବ, ଧୋନି ଭାଇ ତୁମ କ୍ୟାରିୟର ଶେଷ କରିଦେବେ । ଧୋନିଙ୍କ ବିଷୟରେ ଟିପ୍ପଣୀ କରିବା ପୂର୍ବରୁ ଭାବିବା ଆବଶ୍ୟକ । ଧୋନିଙ୍କୁ ଆଉଟ କରିବାର କ୍ଷମତା ତୁମର ନାହିଁ, ମାତ୍ର ଯେକୌଣସି ସଟ୍ ଧୋନି ତୁମ ବିପକ୍ଷରେ ଖେଳିବାର ଦକ୍ଷତା ରଖିଛନ୍ତି ।"
![S Sreesanth slams Ben Stokes for questioning MS Dhoni's intent during 2019 World Cup match against England](https://etvbharatimages.akamaized.net/etvbharat/prod-images/stokes-3_0906newsroom_1591667270_955.jpg)
2019 କ୍ରିକେଟ ବିଶ୍ବକପରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଧୋନିଙ୍କ ବ୍ୟାଟିଂ ରଣନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ ଷ୍ଟୋକ୍ସ ।
ଷ୍ଟୋକ୍ସ ନିଜର ବହି 'ଅନ୍ ଫାୟର' ରେ ଏହି ମ୍ୟାଚରେ ଧୋନିଙ୍କ ବ୍ୟାଟିଂ କୁ ଉଲ୍ଲେଖ କରିଛନ୍ତି । ଏହି ମ୍ୟାଚରେ ଇଂଲଣ୍ଡ ଠାରୁ 31 ରନରେ ଭାରତ ପରାସ୍ତ ହୋଇଥିଲା । ଫଳରେ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶା ମଉଳିଯାଇଥିଲା । ସେମିଫାଇନାଲରେ ସ୍ଥାନ ପାଇବାକୁ ଇଂଲଣ୍ଡ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତି ଥିଲା । ପାକିସ୍ତାନ ମଧ୍ୟ ଇଂଲଣ୍ଡ ପରାସ୍ତ ହେଲେ, ସେମିଫାଇନାଲ ଖେଳିବା ନେଇ ଆଶା ରଖିଥିଲା ।
ତେବେ ଭାରତର ପରାଜୟ ପରେ ଜାଣିଶୁଣି ଏହି ମ୍ୟାଚରେ ଧୋନି ଭାରତକୁ ବିଜୟ କରାଇବାକୁ ଚାହିଁନଥିଲେ ବୋଲି ପାକିସ୍ତାନ ପକ୍ଷରୁ ଅଭିଯୋଗ ଆସିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ