ETV Bharat / sports

u-19 ନ୍ୟୁଜିଲାଣ୍ଡ କ୍ରିକେଟରଙ୍କ ଖେଳୁଆଡ ମନୋଭାବକୁ ପ୍ରଶଂସା

ଇଣ୍ଡିଜର ଜଣେ ବ୍ୟାଟ୍ସମ୍ୟାନ  ଆହତ ହୋଇ ଚାଲି ପାରୁନଥିଲାବେଳେ ବିପକ୍ଷ ଟିମ ନ୍ୟୁଜିଲାଣ୍ଡର 2କ୍ରିକେଟର  ତାଙ୍କୁ କାନ୍ଧର ସାହାରା ଦେଇଥିଲେ । ଏହି ଖେଳୁଆଡ ମନଭାବକୁ ସଚିନ ତେନ୍ଦୁଲକର ଓ ରୋହିତ ଶର୍ମା ବେଶ୍‌ ପ୍ରଶଂସା କରିଛନ୍ତି ।

author img

By

Published : Jan 30, 2020, 10:50 PM IST

spirit-of-cricketspirit-of-cricket
spirit-of-cricket

ହାମିଲଟନ: ବୁଧବାର ଦିନ ହାମିଲଟନ୍‌ରେ ଭାରତ ଠାରୁ ନ୍ୟୁଜିଲାଣ୍ଡ ସୁପର ଓଭରରେ ପରାସ୍ତ ହୋଇଛି । କିନ୍ତୁ କିଓ୍ବି ଟିମ୍‌ର ଜୁନିୟର ଦଳ(ଅଣ୍ଡର-19) ବିଶ୍ବକପର ସେମିଫାଇନାଲରେ ପ୍ରବେଶ କରିଛି ।

spirit-of-cricket
ଫଟୋ ସୌଜନ୍ୟ:ସୋସିଆଲମିଡିଆ@ImRo45

ଅଣ୍ଡର-19 ବିଶ୍ବକପ୍‌ରେ ବେନୋନି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ କ୍ବାଟରଫାଇନାଲ ମ୍ୟାଚ ଖେଳାଯାଇଥିଲା । ନ୍ୟୁଜିଲାଣ୍ଡ 2ଓ୍ବିକେଟରେ ବିଜୟ ହାସଲ କରିଥିଲା । କିନ୍ତୁ ଏହି ମ୍ୟାଚଟିକୁ କ୍ରିକେଟ ପ୍ରେମୀ ବେଶ୍‌ ମନେ ରଖିବେ । ଏହି ମ୍ୟାଚରେ କ୍ବିଓ୍ବି ଖେଳାଳିଙ୍କ ଖେଳୁଆଡ ମନଭାବ ଦେଖିବାକୁ ମିଳିଥିଲା । ଇଣ୍ଡିଜର ଜଣେ ବ୍ୟାଟ୍ସମ୍ୟାନ ଆହତ ହୋଇ ଚାଲି ପାରୁନଥିଲାବେଳେ ବିପକ୍ଷ ଟିମ ନ୍ୟୁଜିଲାଣ୍ଡର 2କ୍ରିକେଟର ତାଙ୍କୁ କାନ୍ଧର ସାହାରା ଦେଇଥିଲେ ।

spirit-of-cricket
ଫଟୋ ସୌଜନ୍ୟ:ସୋସିଆଲମିଡିଆ@sachin_rt

ତେବେ ଏହି ଭିଡିଓକୁ କ୍ରିକେଟ ଓ୍ବାର୍ଲ୍ଡ କପ୍‌ ନିଜର ଅଫିସିଆଲ ଟ୍ବିଟରରେ ସେୟାର କରିଥିଲା । ଏହି ଭିଡିଓକୁ ଦେଖି ଭାରତୀୟ କ୍ରିକେଟର ସଚିନ୍‌ ଓ ରୋହିତ ବେଶ୍‌ ପ୍ରଭାବିତ ହୋଇଛନ୍ତି । ସଚିନ ଏନେଇ ଟ୍ବିଟ କରିଛନ୍ତି ଯେ, ବ୍ୟକ୍ତିଗତ ଭାବେ କ୍ରିକେଟର ଭାବନା ମୋ ପାଇଁ ବେଶ୍‌ ମହତ୍ବପୂର୍ଣ୍ଣ । ଅଣ୍ଡର-19 ନ୍ୟୁଜିଲାଣ୍ଡ ଟିମ୍‌ ଏହି କଥାରେ ମୋ ହୃଦୟକୁ ଛୁଇଁଛି । ସେହିପରି ରୋହିତ ଶର୍ମା ବି ନିଜର ଟ୍ବିଟରରେ ଲେଖିଛନ୍ତି ଯେ, ଏହା ଦେଖିକି ଭଲ ଲାଗିଲା । ଖେଳ ଭାବନା ସବୁଠାରୁ ଉପରେ ରହିଛି ।

ସୂଚନାଥାଉକି, ଏହି ମ୍ୟାଚରେ ଇଣ୍ଡିଜ ପାଇଁ ସର୍ବାଧିକ ରନ କରିଥିବା ବାମହାତି ବ୍ୟାଟ୍ସମ୍ୟାନ କିର୍କ ମେକିନିଜ୍‌ ଆହତ ହୋଇଥିବା କାରଣରୁ ଚାଲି ପାରୁନଥିଲେ । ସେହି ସମୟରେ କ୍ବିଓ୍ବି ଟିମର ତାଶକଫ୍‌ ଓ ଜୟ ଫିଲ୍ଡ ତାଙ୍କୁ କାନ୍ଧରେ ସାହାରେ ଦେଇ ଗ୍ରାଉଣ୍ଡ ବାହରକୁ ନେଇ ଯାଇଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.