ETV Bharat / sports

ପ୍ରଜ୍ଞାନଙ୍କୁ ମନେପକାଇଲେ ରୋହିତ, ସଚିନ୍, ଲକ୍ଷ୍ମଣ

author img

By

Published : Feb 21, 2020, 8:35 PM IST

ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲା ପରେ ରୋହିତ ଶର୍ମା, ସଚିନ ତେନ୍ଦୁଲକର ଓ ଭିଭିଏସ୍‌ ଲକ୍ଷ୍ମଣ ତାଙ୍କୁ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି ।

pragyan ojha
pragyan ojha

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ଓଡିଆ ପୁଅ ପ୍ରଜ୍ଞାନ ଓଝା ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଲେ । ସେ ନିଜର ଟ୍ବିଟର ଆକାଉଣ୍ଟରେ ଅବସର ଘୋଷଣା ପତ୍ରର ଏକ ଫଟୋ ପୋଷ୍ଟ କରିଛନ୍ତି ।

ସେ ଲେଖିଛନ୍ତି ଯେ, ‘‘ଏବେ ସମୟ ଆସିଯାଇଛି, ଜୀବନର 2ୟ ଚରଣ ଆଡକୁ ଗତି କରିବାର । ସମସ୍ତଙ୍କଠାରୁ ମିଳିଥିବା ଭଲ ପାଇବା ଓ ସେହ୍ନ ପାଇଁ ମୁଁ ଋଣୀ । ଜୀବନ ଶେଷ ପର୍ଯ୍ୟନ୍ତ ଏହା ମୋ ସହ ରହିବ ।’’

ତେବେ ତାଙ୍କର ଅବସର ଘୋଷଣା ପରେ ଭାରତୀୟ ଓପନର ରୋହିତ ଶର୍ମା ନିଜର ଟ୍ବିଟରରେ ପ୍ରଜ୍ଞାନ ଓଝାଙ୍କ ସହ ବନ୍ଧୁତ୍ବାକୁ ନେଇ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଆମର ବନ୍ଧୁତ୍ବ କେବଳ ପଡିଆରେ ସୀମିତ ନୁହେଁ ।

pragyan ojha
ଫଟୋ ସୌଜନ୍ୟ:@ImRo45

ସେହିପରି ସଚିନ ତେନ୍ଦୁଲକର ମଧ୍ୟ ପ୍ରଜ୍ଞାନଙ୍କୁ ନେଇ ପୋଷ୍ଟ କରି ଲେଖିଛନ୍ତି ଯେ, ତମେ ମୋ ଶେଷ ଟେଷ୍ଟ ମ୍ୟାଚରେ 10ଟି ଓ୍ବିକେଟ ନେଇ ମ୍ୟାଚକୁ ଖାସ୍‌ ବନେଇଥିଲ ।

pragyan ojha
ଫଟୋ ସୌଜନ୍ୟ:@sachin_rt

ସେହିପରି ଭାରତର ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଲେଖିଛନ୍ତି ଯେ, ପ୍ରଜ୍ଞାନ ଓଝା ତମର ସାନଦାର୍‌ କ୍ୟାରିଅର ପାଇଁ ଅଭିନନ୍ଦନ । ତମେ ଜଣେ ବିଶ୍ବସ୍ତରୀୟ ଯୁବ ପ୍ରତିଭାବନ ସ୍ପିନର । ଜୀବନ 2ୟ ଇଂନିସ ପାଇଁ ଶୁଭେଚ୍ଛା ।

pragyan ojha
ଫଟୋ ସୌଜନ୍ୟ:@VVSLaxman281

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.