ETV Bharat / sports

ଦଶନ୍ଧିର ଶ୍ରେଷ୍ଠ ଟି-20 କ୍ରିକେଟର ଆଫଗାନିସ୍ତାନର ହେବା ସ୍ବତନ୍ତ୍ର ଅନୁଭବ: ରସିଦ - Afghan player Special feat

22 ବର୍ଷୀୟ ଲେଗସ୍ପିନର ଗତ 10ବର୍ଷ ମଧ୍ୟରେ 12.62 ହାରରେ 89 ୱିକେଟ ସହ ସର୍ବାଧିକ ୱିକେଟ ଦଖଲକାରୀ ବୋଲର ରହିଛନ୍ତି । ଅଧିକ ପଢନ୍ତୁ...

Special feat for an Afghan player to win ICC T20I Cricketer of Decade award: Rashid
ଦଶନ୍ଧିର ଶ୍ରେଷ୍ଠ ଟି-20 କ୍ରିକେଟର ଆଫଗାନିସ୍ତାର ହେବା ସ୍ବତନ୍ତ୍ର ଅନୁଭବ: ରସିଦ
author img

By

Published : Dec 29, 2020, 6:43 AM IST

ଦୁବାଇ: ଷ୍ଟାର ସ୍ପିନର ରସିଦ ଖାନ ଦଶନ୍ଧିର ଶ୍ରେଷ୍ଠ ଆଇସିସି ଟି-20 କ୍ରିକେଟର ପୁରସ୍କାର ବିଜେତା ହୋଇଛନ୍ତି । କ୍ରିକେଟର ଚମତ୍କାର ପ୍ରତିଭା ସହ ଉଭା ହେଉଥିବା ଆଫଗାନିସ୍ତାନ ଭଳି ଦେଶ ପାଇଁ ଏହା ସ୍ବତନ୍ତ୍ର ସଫଳତା ହୋଇଛି ।

22 ବର୍ଷୀୟ ଲେଗସ୍ପିନର ଗତ 10ବର୍ଷ ମଧ୍ୟରେ 12.62 ହାରରେ 89 ୱିକେଟ ସହ ସର୍ବାଧିକ ୱିକେଟ ଦଖଲକାରୀ ବୋଲର ରହିଛନ୍ତି । ସେଥିମଧ୍ୟରେ 3ଥର 4ୱିକେଟ ଓ ଦୁଇଥର 5ଟି ଲେଖାଏଁ ୱିକେଟ ଦଖଲ କରିଛନ୍ତି ।

ପୁରସ୍କାର ଜିତିବା ପରେ ରସିଦ କହିଛନ୍ତି ଯେ ସେ ଶବ୍ଦହୀନ ହୋଇପଡିଛନ୍ତି । ଜଣେ ଆଫଗାନିସ୍ତାନ ଖେଳାଳି ଏହି ପୁରସ୍କାର ପାଇଁ ଯୋଗ୍ୟ ହୋଇପାରିଥିବାରୁ ନିଜ ପାଇଁ, ଦେଶ ପାଇଁ ଓ ପ୍ରଶଂସକଙ୍କ ପାଇଁ ଏହା ସ୍ବତନ୍ତ୍ର ଅନୁଭବ । ଆଇସିସି ଟ୍ବିଟର ପେଜରେ ଏକ ଭିଡିଓବାର୍ତ୍ତା ମାଧ୍ୟମରେ ଏହା କହିଛନ୍ତି ରସିଦ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.