ରାଞ୍ଜି: ଭାରତୀୟ ଟିମ ଠାରୁ ଦ.ଆଫ୍ରିକାର ପରାଜୟ ପରେ ଦ.ଆଫ୍ରିକାର ଅଧିନାୟକ ମାନସିକ ଚାପରେ । ଭାରତ ଟେଷ୍ଟ ସିରିଜ କ୍ଲିନ ସୁଇପ କରିବା କରିବା ପରେ ଅଧିନାୟକ ଫାଫ ଡୁ ପ୍ଲେସିସ ଭାଙ୍ଗି ପଡିଛନ୍ତି । ସେ କହିଛନ୍ତି ଯେ, ଏହି ପରାଜୟ ପରେ ଖେଳାଳିମାନେ ମାନସିକ ରୂପରେ ପଙ୍ଗୁ ହେବାର ସମ୍ଭାବନା ରହିଛି । ସେଥିରୁ ବାହାରିବା ବହୁତ କଷ୍ଟ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଯେଭଳି ଭାବରେ ବଡ ସ୍କୋର କରିଥିଲା, ତାହା ମୋ ଉପରେ ଜଣେ ବ୍ୟାଟ୍ସମ୍ୟାନ ଭାବେ ଗଭୀର ଚାପ ପକାଇଛି । ଆପଣମାନେ ଦେଖିଥିବେ ଶେଷ ମ୍ୟାଚ ବେଳକୁ ବ୍ୟାଟ୍ସମ୍ୟାନ ମାନେ ମାନସିକ ରୂପରେ ଦୁର୍ବଳ ହୋଇପଡିଥିଲେ ।
ତେବେ ଅଧିନାୟକ ଡୁ ପ୍ଲେସିସ କହିଛନ୍ତି ଯେ, ଦଳ ସଠିକ୍ ରଣନୀତି ସହ ଗ୍ରାଉଣ୍ଡକୁ ଓହ୍ଲାଇ ନଥିଲା ।