ETV Bharat / sports

ପ୍ରଥମ ଟି20: 8 ୱିକେଟରେ ଜିତିଲା ଦକ୍ଷିଣଆଫ୍ରିକା - ଭାରତୀୟ ମହିଳା ଟିମ

ପ୍ରଥମ ଟି20ରେ ହାରିଲା ଭାରତୀୟ ମହିଳା ଟିମ । ପ୍ରଥମ ଟି20କୁ 8 ୱିକେଟରେ ଜିତି ନେଇଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା । ଅଧିକ ପଢନ୍ତୁ...

South Africa Women beat india by 8 wkts
ପ୍ରଥମ ଟି20 8 ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା ମହିଳା ଟିମ
author img

By

Published : Mar 20, 2021, 10:28 PM IST

ଲକ୍ଷ୍ନୌ: ପ୍ରଥମ ଟି20ରେ ହାରିଲା ଭାରତୀୟ ମହିଳା ଟିମ । ପ୍ରଥମ ଟି20କୁ 8 ୱିକେଟରେ ଜିତି ନେଇଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା । ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 130 ରନ କରିପାରିଥିଲା ।

ଦଳ ପକ୍ଷରୁ ହରଲିନ ଦେଓଲ ସର୍ବାଧିକ 52 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଜେମିମ୍ମା 27 ବଲ୍‌ରୁ 30 ଓ ଶେଫାଳି ବର୍ମା 22 ବଲରୁ 23 ରନ କରିଥିଲେ ।

ପରେ 131 ରନର ବିଜୟ ଲକ୍ଷ୍ୟକୁ 19.1 ଓଭରରେ 2 ୱିକେଟ ହରାଇ ହାସଲ କରିନେଇଥିଲା ଭ୍ରମଣକାରୀ ଟିମ । ଆନେ ବୋଚ 48 ବଲ୍‌ରୁ 9ଚୌକା ଓ ଗୋଟିଏ ଛକା ସହାୟତାରେ 66 ଓ ସୁନେ ଲୁସ 43 ରନର ଉପଯୋଗୀ ଇଂନିସ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.