କେପଟାଉନ: ଇଂଲଣ୍ଡ କ୍ରିକେଟ ଟିମର ୱିକେଟ କିପର ଜୋସ ବଟଲରଙ୍କ 15 ପ୍ରତିଶତ ମ୍ୟାଚ ଫିସ ଗୁରୁବାର କାଟି ଦିଆଯାଇଛି । ନ୍ୟୁଲାଣ୍ଡଠାରେ ଦକ୍ଷିଣ ଆଫ୍ରିକା ସହ ଖେଳାଯାଉଛିବା ଦ୍ବିତୀୟ ଟେଷ୍ଟ ମ୍ୟାଚ ବେଳେ ଅଲରାଉଣ୍ଡର ଭେରନନ ଫିଲାଣ୍ଡରଙ୍କୁ ଗାଳି କରିଥିଲେ ବଟଲର । ଘଟଣାଟି ଘଟିଥିଲା ଯେତେବେଳେ ଫିଲାଣ୍ଡର ପିଚରେ ବ୍ୟାଟିଂ କରୁଥିଲେ ଓ ବଟଲର ୱିକେଟ କିପିଙ୍ଗ କରୁଥିଲେ ।
ଆଇସିସି ଆଚାର ସଂହିତାର ଲେଭେଲ-1 ଭଙ୍ଗ କରିଥିବାରୁ ବଟଲରଙ୍କ 15 ପ୍ରତିଶତ ମ୍ୟାଚ ଫି କାଟି ଦିଆଯାଇଛି । ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ ଦ୍ବିତୀୟ ଟେଷ୍ଟର ପଞ୍ଚମ ଦିନରେ ଏହି ଘଟଣା ଘଟିଛି ବୋଲି ଆଇସିସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଆଇସିସି କହିଛି ଯେ, ଫିଲାଣ୍ଡର ବ୍ୟାଟିଂ କରୁଥିବା ବେଳେ ତାଙ୍କ ପ୍ରତି ସ୍ପଷ୍ଟ ଶୁଣାଯାଉଥିବା ଅପଶବ୍ଦ ବ୍ୟବହାର କରି ବଟଲର ପରିଚାଳନା କମିଟିର ଆଚାର ସଂହିତା ଉଲ୍ଲଙ୍ଘନ କରିଛନ୍ତି । କେବଲ ମ୍ୟାଚ ଫିସ ନୁହଁ ଆଚାର ସଂହିତା ଭଙ୍ଗ କରିଥିବାରୁ ବଟଲରଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମଧ୍ୟ ଦିଆଯାଇଛି । ବଟଲରଙ୍କ ଶୃଙ୍ଖଳା ରେକର୍ଡରେ ଏହି ଡିମେରିଟ ପଏଣ୍ଟ ଆଡ କରାଯାଇଛି ବୋଲି କହିଛି ଆଇସିସି ।
ଫିଲ୍ଡ ଅମ୍ପେୟାର କୁମାର ଧର୍ମସେନା, ପାଉଲ ରିଫିଲଙ୍କ ସହ ଥାର୍ଡ ଅମ୍ପାୟାର କ୍ରିସ ଫିରନି ଓ ରିଜର୍ଭ ଅମ୍ପେୟାରା ଆଲ୍ଲାଉଦ୍ଦିନି ପାଲେକରଙ୍କ ଦ୍ବାରା ଏହି ଦୋଷାରୋପ ଲଗାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ