ETV Bharat / sports

ସୌରଭ ଗାଙ୍ଗୁଲିଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା - ସୌରଭ ଗାଙ୍ଗୁଲିଙ୍କୁ ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା ।

Sourav Ganguly undergoes second round of angioplasty, two stents inserted
ସୌରଭ ଗାଙ୍ଗୁଲିଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା
author img

By

Published : Jan 28, 2021, 7:21 PM IST

କୋଲକାତା: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା କରାଯାଉଛି । ସୂଚନା ଅନୁଯାୟୀ, ସଫଳତାର ସହ ଏଞ୍ଜିଓପ୍ଲାଷ୍ଟି ହୋଇଛି ।

ବୁଧବାର ଉଡଲାଣ୍ଡସ ହସ୍ପିଟାଲ ପକ୍ଷରୁ ଜାରି ହୋଇଥିବା ମେଡିକାଲ ବୁଲେଟିନରେ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ସୂଚନା ଦିଆଯାଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ଗତକାଲି ଗାଙ୍ଗୁଲି ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ସପ୍ତର୍ଶୀ ବାସୁ ଓ ଡାକ୍ତର ସରୋଜ ମଣ୍ଡଳ ଚିକିତ୍ସା କରୁଛନ୍ତି । ଡାକ୍ତର ଦେବୀ ସେଟ୍ଟିଙ୍କ ଉପସ୍ଥିତିରେ ଗୁରୁବାର ଡାକ୍ତର ଆଫତାବ ଖାନ ଅଧିକ ସ୍ବାସ୍ଥ୍ୟବସ୍ଥା ପରଖିବେ ବୋଲି ଉଡଲାଣ୍ଡ୍‌ସ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ।

ପୂର୍ବରୁ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ, ବିସିସିଆଇ ସଭାପତି ଉଡଲାଣ୍ଡ୍‌ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ 5 ଦିନ ରହିବା ପରେ ଜାନୁଆରୀ 7ରେ ଛାଡ ପାଇଥିଲେ ।

ଗାଙ୍ଗୁଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, "ଚିକିତ୍ସା ପାଇଁ ହସ୍ପିଟାଲ ଓ ଡାକ୍ତରୀ ଟିମକୁ ଧନ୍ୟବାଦ । ଏବେ ସୁସ୍ଥ ଅଛି । ଖୁବଶୀଘ୍ର ବିମାନ ଯାତ୍ରା କରିପାରିବା ବୋଲି ଆଶା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.