ETV Bharat / sports

ଭାରତୀୟ କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ଗାଙ୍ଗୁଲି: ନାସିର ହୁସେନ

ଭାରତୀୟ କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ସୌରଭ ଗାଙ୍ଗୁଲି । ଏହା କହିଛନ୍ତି ଇଂଲଣ୍ଡର ପୂର୍ବତନ କ୍ୟାପଟେନ ନାସିର ହୁସେନ ।

Sourav Ganguly started the revolution of Indian cricket: Nasser Hussain
Will take months to get used to it: Shami on saliva ban
author img

By

Published : Jun 19, 2020, 3:55 PM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ସୌରଭ ଗାଙ୍ଗୁଲି । ଏହା କହିଛନ୍ତି ଇଂଲଣ୍ଡର ପୂର୍ବତନ କ୍ୟାପଟେନ ନାସିର ହୁସେନ ।

52 ବର୍ଷୀୟ ର୍ନାସିର ହୁସେନ ଇଂଲଣ୍ଡ ପାଇଁ 96ଟି ଟେଷ୍ଟ, 88ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ନିଜ ସମୟରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଗାଙ୍ଗୁଲି ଓ ନାସିରଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳୁଥିଲା ।

ତେବେ ଭାରତ କ୍ରିକେଟର ପାୱରହାଉସ ହେବା ପଛରେ ତତ୍କାଳୀନ ଟିମ ଇଣ୍ଡିଆ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଯୋଗଦାନ ରହିଥିବା ସେ କହିଛନ୍ତି । ଯୁବ ପ୍ରତିଭାଙ୍କୁ ପର୍ଯ୍ୟପ୍ତ ସୁଯୋଗ ଓ ସମସ୍ତ ସହଯୋଗ କରିବା ସହ ଦକ୍ଷ କ୍ରିକେଟର ଭାବେ ଗଢିବାରେ ଗାଙ୍ଗୁଲିଙ୍କ ପ୍ରମୁଖ ଭୁମିକା ରହିଛି । ଏଥିସହିତ ଟିମକୁ ଶକ୍ତିଶାଳୀ କରିବା ଦିଗରେ, ସଠିକ ଓ ଉପଯୋଗୀ ନିଷ୍ପତି ମଧ୍ୟ ଟିମକୁ ସଫଳତାର ରାସ୍ତା ଦେଖାଇଥିବା ସେ କହିଛନ୍ତି ।

ବର୍ତ୍ତମାନର ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ମଧ୍ୟରେ ଗାଙ୍ଗୁଲିଙ୍କ ପରି ସମାନ ଆଭିମୁଖ୍ୟ ରହିଥିବା ସେ କହିଛନ୍ତି । କୋହଲି ଜଣେ ଦକ୍ଷ ଓ ସ୍ବୟସଂପୂର୍ଣ୍ଣ କ୍ରିକେଟର । ପ୍ରତିଥର ପଡିଆକୁ କେବଳ ବିଜୟ ପାଇଁ ଓହ୍ଲାଇଥାନ୍ତି କୋହଲି ବୋଲି ନାସିର ହୁସେନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.