ETV Bharat / sports

ବିଶ୍ବକପ: ପାକିସ୍ତାନ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ସଚିନ-ଗାଙ୍ଗୁଲିଙ୍କ ଟିପ୍ସ - pakistan vs india

ମହାମୁକାବିଲାର ଗୋଟେ ଦିନ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳିମାନେ ବିରାଟବାହିନୀଙ୍କୁ ପରାମର୍ଶ ଦେଇଛନ୍ତି । ପାକିସ୍ତାନ ବିପକ୍ଷରେ ଯୋଜନାବଦ୍ଧ ଭାବେ ମୈଦାନକୁ ଓହ୍ଲାଇବାକୁ ସେମାନେ କହିଛନ୍ତି ।

ଡିଜାଇନ ଫଟୋ
author img

By

Published : Jun 15, 2019, 11:43 PM IST

Updated : Jun 15, 2019, 11:55 PM IST

ହାଇଦ୍ରାବାଦ: ରବିବାର ଭାରତ-ପାକିସ୍ତାନ ମହାମୁକାବିଲା । ଏନେଇ ଉଭୟ ଦଳ ଅଛନ୍ତି ଫୁଲ ଦମ୍‌ରେ। ତେବେ ଇତି ମଧ୍ୟରେ ଭାରତୀୟ ଖେଳାଳିଙ୍କୁ ମ୍ୟାଚର ସମ୍ବନ୍ଧୀୟ କିଛି ଟିପ୍ସ ଦେଇଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ସୌରଭ ଗାଙ୍ଗୁଲି । ସେ ପାକ୍‌ ଟିମକୁ ହାଲୁକା ଭାବେ ନ ନେବାକୁ କହିଛନ୍ତି ।

2017 ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ପାକକୁ ଦୁର୍ବଳ ଭାବିବାର ଭୁଲ କରିଥିଲା ଭାରତ । ଯାହା ପଳରେ ମ୍ୟାଚ୍‌ରେ ବାଜି ମାରିଥିଲା ପାକ ଟିମ । ତେବେ ଭାରତକୁ ସାବଧାନ ରହିବାକୁ ପଡିବ ବୋଲି ଗାଙ୍ଗୁଲି କହିଛନ୍ତି । ଭାରତ 2017ରେ ଏଭଳି କରିଥିଲା ଏବଂ ମ୍ୟାଚ ହାରିଥିଲା । ତେଣୁ ଭାରତୀୟ ଟିମ ବିଜୟର ହକଦାର ଭାବି ମୈଦାନକୁ ଓହ୍ଲାଇବା ଅନୁଚିତ ବୋଲି ସେ କହିଛନ୍ତି ।

ସେହିପରି ଭାରତର ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ପାକ୍‌ ଟିମକୁ ସହଜରେ ନନେବାକୁ ବିରାଟବାହିନୀକୁ ପରାମର୍ଶ ଦେଇଛନ୍ତି । ଟିମକୁ ଯୋଜନାବଦ୍ଧ ଭାବେ ମୈଦାନକୁ ଓହ୍ଲାଇବାକୁ ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 15, 2019, 11:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.