ETV Bharat / sports

ଆଇସିସି ମହିଳା ଟି-20 ମାନ୍ୟତା: ଉପରକୁ ଉଠିଲେ ମନ୍ଧାନା - Smriti Mandhana

ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଓପନର ସ୍ମୃତି ମନ୍ଧାନା ସଦ୍ୟ ପ୍ରକାଶିତ ଆଇସିସି ଟି-20 ମାନ୍ୟତାର 3ଟି ସ୍ଥାନ ଉପରକୁ ଉଠିଛନ୍ତି । ବର୍ତ୍ତମାନ ତାଙ୍କର ମାନ୍ୟତା 4ର୍ଥ ସ୍ଥାନରେ ପହଞ୍ଚି ଯାଇଛି ।

smriti-mandhana-rises-to-4th-in-icc-t20-rankings
ଆଇସିସି ମହିଳା ଟି-20 ମାନ୍ୟତା: ଉପରକୁ ଉଠିଲେ ମନ୍ଧାନା
author img

By

Published : Feb 15, 2020, 4:28 PM IST

ଦୁବାଇ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଓପନର ସ୍ମୃତି ମନ୍ଧାନା ସଦ୍ୟ ପ୍ରକାଶିତ ଆଇସିସି ଟି-20 ମାନ୍ୟତାର 3ଟି ସ୍ଥାନ ଉପରକୁ ଉଠିଛନ୍ତି । ବର୍ତ୍ତମାନ ତାଙ୍କର ମାନ୍ୟତା 4ର୍ଥ ସ୍ଥାନରେ ପହଞ୍ଚି ଯାଇଛି । ମାତ୍ର ଭାରତୀୟ ଅଲରାଉଣ୍ଡର ଜୋମିମାହ ରେଡ୍ରିକ୍ସ 7ଟି ସ୍ଥାନ ତଳକୁ ଖସି ଯାଇଛନ୍ତି । ସେହିପରି ଭାରତୀୟ ମହିଳା ଦଳର ଅଧିନାୟିକା ହରମନପ୍ରୀତ କୌର୍ 9ମ ସ୍ଥାନରେ ସ୍ଥିର ରହିଛନ୍ତି ।

ତେବେ ନିକଟରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ଟି-20 ସିରିଜରେ ଟପ୍ ସ୍କୋରର ଭାବେ ମନ୍ଧାନା 216 ରନ୍ କରିଥିଲେ । ସେ ସିରିଜରେ 2 ଟି ଅର୍ଦ୍ଧଶତକ ମଧ୍ୟ ଯୋଡିଥିଲେ । ତେବେ ବୋଲରଙ୍କ ତାଲିକାରେ ପୁନମ ଯାଦବ ଟପ୍‌-10ରୁ ବାଦ ପଡ଼ିଛନ୍ତି । ସେ 6 ଟି ସ୍ଥାନ ତଳକୁ ଖସି 12ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି । ସେହିପରି ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଟିମ୍ କ୍ୟାପଟେନ୍ ସୋଫି ଡିଭାଇନ୍ 2ୟ ସ୍ଥାନକୁ ଉଠିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.