ETV Bharat / sports

ଦିନିକିଆ କ୍ରିକେଟରେ ସ୍ମୃତି ସୁପରଫାଷ୍ଟ - ସ୍ମୃତି ମନ୍ଧାନା ନୂଆ ରେକର୍ଡ

ଭାରତୀୟ ମହିଳା କ୍ରିକେଟ ଦଳର ସୁପରଫାଷ୍ଟ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଦିନିକିଆ କ୍ରିକେଟରେ 2ହଜାର ରନ କରିବାରେ ଦ୍ରୁତତମ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି।

ଡିଜାଇନ ଫଟୋ
author img

By

Published : Nov 8, 2019, 10:46 AM IST

ଆଣ୍ଟିଗୁଆ: ଭାରତୀୟ ମହିଳା କ୍ରିକେଟ ଦଳର ସୁପରଫାଷ୍ଟ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଦିନିକିଆ କ୍ରିକେଟରେ 2ହଜାର ରନ କରିବାରେ ସ୍ମୃତି ଦ୍ରୁତତମ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି।

ମହାରାଷ୍ଟ୍ର ଖେଳାଳି ସ୍ମୃତି ଗୁରୁବାର ଆଣ୍ଟିଗୁଆରେ ଖେଳାଯାଇଥିବା ୱେ‌ଷ୍ଟଇଣ୍ଡିଜ ବିପକ୍ଷ 3ୟ ଦିନିକିଆରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । 51 ଇଂନିସରୁ 2,025 ରନ କରି ବିଶ୍ବର 3ୟ ଦ୍ରୁତତମ ମହିଳା କ୍ରିକେଟର ହୋଇଛନ୍ତି । ପୂର୍ବରୁ ଅଷ୍ଟ୍ରେଲିଆର ବେଲିଣ୍ଡା କ୍ଳାର୍କ 41 ଟି ଇଂନିସରୁ 2ହଜାର ରନ ପୂରଣ କରିଥଲେ । ପରେ ମେଗ ଲ୍ୟାନିଙ୍ଗ 45ଟି ଇଂନିସରୁ ଏହି ମାଇଲାଷ୍ଟୋନକୁ ଅତିକ୍ରମ କରି ତାଲିକାର 2ୟ ସ୍ଥାନରେ ରହିଛନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷ 3ୟ ଦିନିକିଆରେ ସ୍ମୃତି 74 ଓ ଜେମିମା ରୋଡ୍ରିଗସ 69 ରନର ଦମଦାର ଇଂନିସ ଖେଳି ଭାରତକୁ ବିଜୟୀ କରାଇଥିଲେ । ଫଳରେ 2-1 ରେ ଭାରତ ସିରିଜ ବିଜୟୀ ହେବା ସହ ଆଇସିସି ମହିଳା ଦିନିକିଆ ଚମ୍ପିଆନସିପ ଟେବୁଲର 3ୟ ସ୍ଥାନରେ ପହଞ୍ଚିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.