ETV Bharat / sports

କାର୍ତ୍ତିକଙ୍କ କମାଲ, ମୁସ୍ତାକ ଅଲ୍ଲୀ ଟି20 ଫାଇନାଲରେ ତାମିଲନାଡୁ

ରାଜସ୍ଥାନକୁ 7 ୱିକେଟରେ ହରାଇ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି20 ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଛି ତାମିଲନାଡୁ । ଅଧିକ ପଢନ୍ତୁ...

SMAT: Arun Karthik, Mohammed shine as Tamil Nadu beat Rajasthan to enter final
କାର୍ତ୍ତିକଙ୍କ କମାଲ, ମୁସ୍ତାକ ଅଲ୍ଲୀ ଟି20 ଫାଇନାଲରେ ତାମିଲନାଡୁ
author img

By

Published : Jan 29, 2021, 5:00 PM IST

ଅହମ୍ମଦାବାଦ: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି20 ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଛି ତାମିଲନାଡୁ । ଅରୁଣ କାର୍ତ୍ତିକଙ୍କ ମ୍ୟାଚ ବିଜୟୀ ପାଳି ଓ ଏମ ମହମ୍ମଦଙ୍କ 4 ୱିକେଟ ହାସଲ ବଳରେ ରାଜସ୍ଥାନ ବିପକ୍ଷରେ 7 ୱିକେଟରେ ବିଜୟୀ ହୋଇଛି ତାମିଲନାଡୁ ।

ଶୁକ୍ରବାର ମୋଟେରା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଥିଲା ତାମିଲନାଡୁ ।

କାର୍ତ୍ତିକଙ୍କ କମାଲ, ମୁସ୍ତାକ ଅଲ୍ଲୀ ଟି20 ଫାଇନାଲରେ ତାମିଲନାଡୁ
ମୁସ୍ତାକ ଅଲ୍ଲୀ ଟି20 ଫାଇନାଲରେ ତାମିଲନାଡୁ

ପ୍ରଥମେ ରାଜସ୍ଥାନକୁ ନିର୍ଧାରିତ 20 ଓଭରରେ କଞ୍ଜୁସି ବୋଲିଂ ସହ 154/9ରେ ରୋକିଥିଲେ ତାମିଲନାଡୁ ବୋଲର । ପରେ 155ରନର ପିଛା କରି ପ୍ରାରମ୍ଭିକ ଝଟକା ପରେ କଷ୍ଟକର ହେବାନେଇ ଆଶାକରାଯାଉତିଲା । ମାତ୍ର କ୍ୟାପଟେନ ଦିନେଶ କାର୍ତ୍ତିକଙ୍କ ସହ ମିଶି ଅରୁଣ କାର୍ତ୍ତିକ ଅପରାଜିତ 89 ରନର ପାଳି ଖେଳିବା ସହ 8 ବଲବାକି ଥାଇ ଦଳକୁ ବିଜୟୀ କରାଇଥିଲେ ।

ପ୍ରଥମ ସେମିଫାଇନାଲ ମ୍ୟାଚରେ ରାଜସ୍ଥାନ ପାଇଁ ଖରାପ ଫିଲ୍ଡିଂ ଓ କ୍ୟାଚ ହାତଛଡା କରିବା ମହଙ୍ଗା ପଡିଥିଲା । ଫଳରେ ଏନ ଜଗଦୀଶାନ ଓ ଅରୁଣ 3ୟ ୱିକେଟ ଯୋଡିରେ 52 ରନର ଭାଗିଦାରୀ କରିଥିଲେ । ଏହି ଭାଗିଦାରୀ ମ୍ୟାଚର ମୋଡ ବଦାଳାଇ ଦେଇଥିଲା ।

ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ 154/9(ଅଶୋକ ମେନେରିଆ 51; ଏମ ମହମ୍ମେଦ 4-24); ତାମିଲନାଡୁ 158/3(ଅରୁଣ କାର୍ତ୍ତିକ 89*,ତନଭିର-ଉଲ-ହକ1-22)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.