ହାଇଦ୍ରାବାଦ: ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଭାରତୀୟ ଟିମ ଅଷ୍ଟ୍ରେଲିଆର ଅଂହକାର ଭାଙ୍ଗିବା ସହ କ୍ରମାଗତ ଦ୍ବିତୀୟ ଥର ବର୍ଡର ଗାଭାସ୍କର ଟ୍ରଫି ବିଜେତା ହୋଇଛି । ମାତ୍ର ଏବେ ଘରୋଇ ମାଟିରେ ମିଶନ ଇଂଲଣ୍ଡ ଲକ୍ଷ୍ୟରେ ରହିଛି ଦଳ । ଟାର୍ଗେଟ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଟିକେଟ ହାତେଇବା ।
ବିରି ମାଡ ଶୁଣି କୋଳଥ ଚେପା ଭଳି ନିଜ ମାଟିରେ କଙ୍ଗାରୁ ଟିମ ଚିତପଟାଙ୍ଗ ପରେ ଏବେ ଇଂଲଣ୍ଡକୁ ଘାରିଲାଣି ପରାଜୟ ଭୟ ।
ଭାରତୀୟ ସ୍ପିନ ଆକ୍ରମଣରୁ ବର୍ତ୍ତିବା ପାଇଁ ଔଷଧ ଖୋଜିଲାଣି ଇଂଲଣ୍ଡ। ଔଷଧର ନାମ ଦ ୱାଲଙ୍କ ଇମେଲ । ତାହା ପୁଣି ମେଡ ଇନ ଇଣ୍ଡିଆ । ସିରିଜ ଯେତିକି ପାଖଉଛି ଇଂଲଣ୍ଡ ଟିମକୁ ସେହିମାତ୍ରାରେ ସତର୍କ କରିବାରେ ଲାଗିପଡିଛନ୍ତି ପୂର୍ବତନ ଖେଳାଳି
-
Hey @englandcricket, print this and give it to Sibley & Crawley.
— Kevin Pietersen🦏 (@KP24) January 23, 2021 " class="align-text-top noRightClick twitterSection" data="
They can call me to discuss it at length if they want...!
👍🏻 pic.twitter.com/qBmArq211s
">Hey @englandcricket, print this and give it to Sibley & Crawley.
— Kevin Pietersen🦏 (@KP24) January 23, 2021
They can call me to discuss it at length if they want...!
👍🏻 pic.twitter.com/qBmArq211sHey @englandcricket, print this and give it to Sibley & Crawley.
— Kevin Pietersen🦏 (@KP24) January 23, 2021
They can call me to discuss it at length if they want...!
👍🏻 pic.twitter.com/qBmArq211s
ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ ପିଟରସନ ଭାରତ ଗସ୍ତରେ ଆସିବାକୁ ଥିବା ଇଂଲଣ୍ଡ ଟିମ ଉଦ୍ଦେଶ୍ୟରେ ଏକ ଟ୍ବିଟ କରିଛନ୍ତି । ଯେଁ ଟ୍ବିଟକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଭାରତୀୟ ସ୍ପିନ ଅସ୍ତ୍ରରୁ ବର୍ତ୍ତିବାକୁ ଯୁବ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଡବୟ କେଭିନ ବାଣ୍ଟିଛନ୍ତି ଜ୍ଞାନ । ନିଜ ସମୟରେ ସ୍ପିନ ଖେଳିବାକୁ ସଂଘର୍ଷ କରିବା ପରେ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପରାମର୍ଶ ଲୋଡିଥିଲେ । କ୍ରିକେଟର ଦ୍ରୋଣାଚାର୍ଯ୍ୟ ଦ୍ରାବିଡ ସଫଳ ସ୍ପିନ ଖେଳିବାର ଟିପ୍ସ ଲେଖି ଏକ ମେଲ ପଠାଇଥିଲେ ।
ସେହି ପୁରୁଣା ମେଲକୁ ଇଂଲଣ୍ଡ କ୍ରିକେଟ ଟିମ ଉଦ୍ଦେଶ୍ୟରେ ପଠାଇଛନ୍ତି ପିଟରସନ ଓ ଏହାକୁ କ୍ରାୱଲେ ଓ ସିବଲେଙ୍କ ଭଳି ଯୁବ ବ୍ୟାଟ୍ସମ୍ୟାନଙ୍କୁ ପ୍ରିଣ୍ଟ କରି ଦେବାକୁ କହିଛନ୍ତି । କାରଣ ଚଳିତ ଶ୍ରୀଲଙ୍କା ବିପକ୍ଷ ସିରିଜରେ କ୍ରମାଗତ ତୃତୀୟ ଥର ସ୍ପିନର ଲସିଥ ଏମ୍ବୁଲଦେନିୟାଙ୍କ ଶିକାର ହୋଇଛନ୍ତି ସିବଲେ ଓ କ୍ରାୱଲେ । ଫଳରେ ସ୍ପିନ ବୋଲିଂ ଅନୁକୂଳ ଭାରତୀୟ ପିଚ୍ରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ଆହ୍ବାନ ହେବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ