ETV Bharat / sports

ରୋହିତ-ଧୱନଙ୍କ ବିନା ଖେଳାଯିବ କି ନିର୍ଣ୍ଣାୟକ ମ୍ୟାଚ ? - rohit sharma

ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧୱନଙ୍କ ବିନା ଦଳ କେମିତ ‘କର ବା ମର’ ମ୍ୟାଚ ଖେଳିବ, ତାକୁ ନେଇ ଚିନ୍ତାରେ ଅଧିନାୟକ ଓ ବୋର୍ଡ । ଅଧିକ ପଢନ୍ତୁ...

shikhar-dhawan-and-rohit-sharma-are-progressing-well-says-bcci
ରୋହିତ-ଧୱନଙ୍କ ବିନା ଖେଳାଯିବ କି ଡିସାଇଡର ମ୍ୟାଚ ?
author img

By

Published : Jan 18, 2020, 11:40 PM IST

ବେଙ୍ଗାଲୁରୁ: ବରାବର ରହିଛି ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ । ଆସନ୍ତାକାଲି ଖେଳାଯିବ ସିରିଜର ନିର୍ଣ୍ଣାୟକ ମ୍ୟାଚ । ତେବେ ମ୍ୟାଚ ପୂର୍ବରୁ ଚାପରେ ରହିଛି ଘରୋଇ ଦଳ । କାରଣ ଦଳର ଦୁଇ ଓପନର ଏବେ ଆହତ । ତେଣୁ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧୱନଙ୍କ ବିନା ଦଳ କେମିତି ‘କର ବା ମର’ ମ୍ୟାଚ ଖେଳିବ, ତାକୁ ନେଇ ଚିନ୍ତାରେ ଅଧିନାୟକ ଓ ବୋର୍ଡ ।

ଶନିବାର ବିସିସିଆଇ ପକ୍ଷରୁ ସୂଚନା ମିଳିଛି ଯେ ଉଭୟ ଧିରେଧିରେ ସୁସ୍ଥ ହେଉଛନ୍ତି । ମାତ୍ର ସେମାନଙ୍କ ମ୍ୟାଚ୍‌ ଖେଳିବେ ଆଶଙ୍କା ଆସନ୍ତାକାଲି ହିଁ ସ୍ପଷ୍ଟ ହୋଇପାରିବ । ସେହିପରି 2ୟ ଦିନିକିଆ ବିଜୟ ପରେ ମଧ୍ୟ ଅଧିନାୟକ କୋହଲି କହିଥିଲେ ଦୁଇ ଓପନର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଦୁହେଁ ଆଗାମୀ ମ୍ୟାଚ ଖେଳିପାରନ୍ତି ।

ସୂଚନାଯୋଗ୍ୟ ଯେ, ଦ୍ବିତୀୟ ଦିନିକିଆରେ ବ୍ୟାଟିଂ କରୁଥିବା ବେଳେ ପ୍ୟାଟ କୁମିନ୍ସଙ୍କ ଦୃତ ଗତିର ବଲ ଆସି ଧୱନଙ୍କ ପିଞ୍ଜରା ହାଡରେ ଲାଗିଥିଲା । ତେବେ ତାଙ୍କୁ କଷ୍ଟ ହେଉଥିବା ସତ୍ବେ ସେ ବ୍ୟାଟିଂ ଜାରି ରଖିଥିଲେ । ମାତ୍ର ପରେ ଭାରତର ଫିଲ୍ଡିଂ ବେଳେ ସେ ମଇଦାନକୁ ଓହ୍ଲାଇ ନଥିଲେ । ଏପଟେ ଫିଲ୍ଡିଂ ସମୟରେ ବାଉଣ୍ଡରୀ ଲାଇନରେ କ୍ୟାଚ ଧରୁଥିବା ସମୟରେ ରୋହିତ ଶର୍ମାଙ୍କ କାନ୍ଧରେ ବଲ ଲାଗଥିଲା । ସେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଫିଲ୍ଡ ଛାଡିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.