ଢାକା: ସେପ୍ଟେମ୍ବରରେ ଅଭ୍ୟାସକୁ ଫେରିବେ ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ । ଢାକାରେ ଅଭ୍ୟାସକୁ ଫେରିବାକୁ ସାକିବ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।
ଦୁର୍ନୀତି-ନିରୋଧ ଆଇନ ଉଲ୍ଲଙ୍ଘନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ସାକିବଙ୍କୁ ଗୋଟିଏ ବର୍ଷ କ୍ରିକେଟରୁ ବାସନ୍ଦାଦେଶ ମିଳିଛି । ତେବେ ଅନ୍ତର୍ଜାତୀୟ କ୍ରିକେଟରୁ ପ୍ରତ୍ୟାବର୍ତ୍ତନକୁ ଦୃଷ୍ଟିରେ ରଖି ଅଭ୍ୟାସ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ଏହି ଷ୍ଟାର କ୍ରିକେଟର ।
ଗତ ବର୍ଷ ଅକ୍ଟୋବର 29ରେ ସାକିବଙ୍କୁ ସମସ୍ତ ପ୍ରକାର କ୍ରିକେଟରୁ ଗୋଟିଏ ବର୍ଷ ପାଇଁ ବାସନ୍ଦ କରିଥିଲା ଆଇସିସି । ଫଳରେ ଗୋଟିଏ ବର୍ଷର ବାସନ୍ଦାଦେଶ ଅବଧି 2020 ଅକ୍ଟୋବର 29ରେ ଶେଷ ହେଉଥିବାରୁ, ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରିବେ ସାକିବ ଅଲ ହାସନ ।