ETV Bharat / sports

କ୍ରିକେଟରୁ 2ବର୍ଷ ବାସନ୍ଦ ହେଲେ ସାକିବ ଅଲ ହାସନ - 2 ବର୍ଷ ବାସନ୍ଦ ସାକିବ

ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ 2 ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ କରିଛି । ସାକିବଙ୍କୁ ଦୁର୍ନୀତି ନିରୋଧ ଓ ସୁରକ୍ଷା କମିଟି 3ଟି ମାମଲାରେ ଦୋଷୀ ପାଇଛନ୍ତି । ଅଧିକ ପଢନ୍ତୁ...

ସାକିବ ଅଲ ହାସନ
author img

By

Published : Oct 29, 2019, 5:09 PM IST

Updated : Oct 29, 2019, 9:40 PM IST

ହାଇଦ୍ରାବାଦ: କ୍ରିକେଟରୁ 2 ବର୍ଷ ବାସନ୍ଦ ହୋଇଛନ୍ତି ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏହି ବାସନ୍ଦାଦେଶ ଶୁଣାଇଛି । ଆଇସିସିର ଦୁର୍ନୀତି ନିରୋଧ ଓ ସୁରକ୍ଷାର ପ୍ରାୟ 3ଟି ମାମଲାରେ ଆଇସିସିର ଧାରା 2.4.4କୁ ସାକିବ ଉଲ୍ଲଙ୍ଘନ କରିଥିବା ଜଣାପଡିଛି ।

Shakib-Al-Hasan ban
ସାକିବ ଅଲ ହାସନ

ଜାନୁୟାରୀ 2018ରେ ହୋଇଥିବା ବାଂଲାଦେଶ, ଜିମ୍ବାୱେ ଓ ଶ୍ରୀଲଙ୍କା ଟ୍ରାଇ ସିରିଜ ଓ 2018 ଆଇପିଏଲରେ ମ୍ୟାଚ ଫିକ୍ସିଂ ପାଇଁ ସାକିବଙ୍କୁ ପ୍ରଲୋଭନ ମିଳିଥିଲା । ତେବେ ଏହି ସଂକ୍ରାନ୍ତରେ ଆଇସିସିର ଦୁର୍ନୀତି ନିରୋଧ ଓ ସୁରକ୍ଷା କମିଟିକୁ ଅବଗତ କରାଇବା ନିୟମ ରହିଛି । ମାତ୍ର ସାକିବ ଏଏସୟୁ ଅଧିକାରୀଙ୍କ ନିକଟରେ ତଥ୍ୟ ରଖିପାରିନାହିଁନ୍ତି । ଫଳରେ ଆଇସିସିର ସମ୍ବିଧିାନ ଅନୁଯାୟୀ ଏହି ନଂ1 ଅଲରାଉଣ୍ଡର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସମସ୍ତ ପ୍ରକାର କ୍ରିକେଟରୁ 2 ବର୍ଷ ପାଇଁ ସାକିବ ବାସନ୍ଦ ହୋଇଛନ୍ତି ।

ବାସନ୍ଦାଦେଶ ପରେ ସାକିବ କ୍ଷମା ପ୍ରାର୍ଥନା କରିବା ସହ ସେ ଭୁଲ କରିଥିବା ସ୍ବୀକାର କରିଛନ୍ତି । ବୁଧବାର ବାଂଲାଦେଶ ଟିମ ଭାରତ ଗସ୍ତରେ ଆସିବ । ତେବେ ଏହା ପୂର୍ବରୁ ସାକିବଙ୍କୁ ଅଭ୍ୟାସ ସେସନରେ ଦେଖିବାକୁ ମିଳିନଥିଲା । ଆଇସିସି ପକ୍ଷରୁ ନିର୍ଦ୍ଦେଶ ପରେ ବିସିବି ସାକିବଙ୍କୁ ଅଭ୍ୟାସରେ ସାମିଲ କରିନଥିଲା । ଏହାପରେ ବାସନ୍ଦାଦେଶ ନେଇ ଚର୍ଚ୍ଚା ବଢିବାରେ ଲାଗିଥିଲା ।

Intro:Body:

tinkutest

Conclusion:
Last Updated : Oct 29, 2019, 9:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.