ମେଲବୋର୍ଣ୍ଣ: ଆଇସିସି ମହିଳା ଟି-20 ବିଶ୍ବକପର ଫାଇନାଲ ମ୍ୟାଚରେ ଘରୋଇ ଦଳ ଅଷ୍ଟ୍ରେଲିଆ ସହ ଲଢେଇ କରୁଛି ଭାରତୀୟ ଦଳ । ତେବେ ପ୍ରଥମ ବିଶ୍ବକପ ଟାଇଟଲ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି ହରମନପ୍ରୀତ୍ କୌରଙ୍କ ଯୁବ ଦଳ ।
ତେବେ ଭାରତୀୟ ଦଳରେ ରହିଛନ୍ତି ଅନେକ ଯୁବ ଖେଳାଳି । ଯାହାଙ୍କ ମଧ୍ୟରେ ସର୍ବ କନିଷ୍ଠ ରହିଛନ୍ତି ଶେଫାଳି ବର୍ମା । ମାତ୍ର 16 ବର୍ଷ ବୟସରେ ଆଇସିସି ବିଶ୍ବକପ ଫାଇନାଲ ମ୍ୟାଚ ଖେଳି ସେ ରଚିଛନ୍ତି ବିଶ୍ବ ରେକର୍ଡ । ଶେଫାଳିଙ୍କୁ ଏବେ ମାତ୍ର 16 ବର୍ଷ 40 ଦିନ । ତେବେ ଏମିତି କରି ସେ ପୂର୍ବତନ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସଓମେନ ସାକାୱାନା କ୍ବିଣ୍ଟେନଙ୍କ ରେକର୍ଡ ବ୍ରେକ କରିଛନ୍ତି । କ୍ବିଣ୍ଟେନ 2013ରେ ସର୍ବକନିଷ୍ଠ ଖେଳାଳି ଭାବେ ବିଶ୍ବକପ ଫାଇନାଲ ମ୍ୟାଚ ଖେଳିଥିଲେ । ସେତେବେଳକୁ ତାଙ୍କୁ 17 ବର୍ଷ 45 ଦିନ ବୟସ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଚଳିତ ଟୁର୍ଣ୍ଣାମେଣ୍ଟର ଟପ ସ୍କୋରର ରହିଛନ୍ତି ଶେଫାଳି । ଏହି ଯୁବ ବ୍ୟାଟ୍ସ ଓମେନ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ 161ରନ କରି ଆଇସିସି ଟି-20 ମାନ୍ୟତାର ଶୀର୍ଷରେ ରହିଛନ୍ତି ।
@ANI