ଢାକା: ବାଂଲାଦେଶ ଓପନର ବ୍ୟାଟ୍ସମ୍ୟାନ ଶାଦମାନ ଇସଲାମ କୋରାେନା ସଂକ୍ରମିତ ଚିହ୍ନଟ । କୋରୋନା ସଂକ୍ରମିତ ଜଣାପଡିବା ପରେ ଶାଦନାମ ଘରୋଇ ଟୁର୍ଣ୍ଣାମେଣ୍ଟ ଜାତୀୟ କ୍ରିକେଟ ଲିଗର ପ୍ରଥମ ପର୍ଯ୍ୟାୟ ଖେଳିପାରିବେ ନାହିଁ ବୋଲି ଜଣାପଡିଛି ।
ଏକ କ୍ରିକେଟ ୱେବସାଇଟର ସୂଚନା ଅନୁଯାୟୀ, ଶାଦମାନ ପଜିଟିଭ ଚିହ୍ନଟ ହେବାପରେ ହୋଟେଲ ରୁମରେ ଆଇସୋଲେସନରେ ରହିଛନ୍ତି ଓ ତୃତୀୟ ଟେଷ୍ଟ ରିପୋର୍ଟର ଅପେକ୍ଷାରେ ରହିଛନ୍ତି । ପୂର୍ବରୁ ଟେଷ୍ଟ କ୍ୟାପଟେନ ମୋମିନୁଲ ହକ୍ଙ୍କ ରିପୋର୍ଟ ମଧ୍ୟ କୋରୋନା ପଜିଟିଭ ଚିହ୍ନ ହୋଇଥିଲେ ମାତ୍ର ପରବର୍ତ୍ତୀ ରାଉଣ୍ଡର ଟେଷ୍ଟରେ ନେଗେଟିଭ ରିପୋର୍ଟ ଆସିଥିଲା ।
ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ 21 ଏପ୍ରିଲରୁ ଦୁଇ ଟିକିଆରେ ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜ ପୂର୍ବରୁ ଘରୋଇ ସିରିଜ ଏନସିଏଲରେ ଭାଗନେବା ଜରୁରୀ କରିଛି ବାଂଲାଦେଶ କ୍ରିକେଟ ବୋର୍ଡ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ