ସିଡନୀ: ଅଷ୍ଟ୍ରେଲିଆର ଅଫ୍ ସ୍ପିନର ନାଥନ ଲାୟନଙ୍କ ମତ ଅନୁସାରେ ଭାରତ ବିପକ୍ଷ ସିରିଜ ବହୁତ ମହତ୍ତ୍ବପୂର୍ଣ୍ଣ । ସୂଚନାଥାଉକି, ଭାରତୀୟ ଟିମ ଶେଷଥର ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଟେଷ୍ଟ ସିରଜ ନିଜ ନାଁରେ କରି ଇତିହାସ ରଚିଥିଲେ ।
ଲାୟନ କହିଛନ୍ତି ଯେ, ଘରୋଇ ଦଳ ଟିମ ଇଣ୍ଡିଆର ଅପେକ୍ଷାରେ ରହିଛି । ଭାରତ ସହ ସିରିଜ କୌଣସି ଗୁଣରେ ଆସେସ କପ ଠାରୁ କମ ନୁହେଁ ।
ଭାରତୀୟ ଟିମ ଚଳିତବର୍ଷର ଶେଷ ଆଡକୁ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଉଭୟ ଦଳ ମଧ୍ୟରେ 4ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଲାୟନ କହିବାନୁସାରେ, ଅଷ୍ଟେଲିଆ ଆସି ଭାରତୀୟ ଟିମ ଆମକୁ ହରାଇଥିଲେ । ଆସେସ ପରି ଏହି ସିରିଜ ବହୁତ ଶାନଦାର ଥିଲା । ଭାରତୀୟ ଟିମରେ ଷ୍ଟାର ଖେଳାଳିଙ୍କ ଅଭାବ ନାହିଁ । ଚଳିତ ଗ୍ରୀଷ୍ମକାଳରେ ଭାରତ ସହ ଶାନଦାର ମ୍ୟାଚ ହେବ ।
ଏଥି ସହ ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆଗାମୀ ମାସରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ସିରିଜ ଉପରେ ମଧ୍ୟ ନଜର ରହିବ । କୋଭିଡ-19 ସମୟରେ ଏହା ପ୍ରଥମ ସିରିଜ । ମୁଁ ବହୁତ ଉତ୍ସାହିତ ଅଛି । ଏପଟେ ବଲ୍ରେ ଛେପ ଲଗାଇବା ଉପରେ ରୋକ୍ ଲାଗିଛି । ସେଥିପାଇଁ ମୋତେ ଲାଗୁଛି ସ୍ପିନରମାନଙ୍କୁ ମ୍ୟାଚ ଆରମ୍ଭରେ ସୁଯୋଗ ମିଳିବ ।