ETV Bharat / sports

ସିନିୟର ମହିଳା ଟି-20 ଟ୍ରଫି: ବିଦର୍ଭଠୁ ହାରିଲା ଓଡିଶା

ନାଗପୁରରେ ଖେଳାଯାଉଥିବା ସିନିୟର ମହିଳା ଟି-20 ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଓଡିଶାକୁ 6 ୱିକେଟରେ ହରାଇଲା ବିଦର୍ଭ । ଅଧିକ ପଢନ୍ତୁ...

ସିନିୟର ମହିଳା ଟି-20
author img

By

Published : Oct 25, 2019, 5:08 PM IST

କଟକ: ମହିଳା ସିନିୟର ଟି-20 ଟ୍ରଫିରେ ଓଡ଼ିଶାର ପରାଜୟ । ନାଗପୁରରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶାକୁ 6 ୱିକେଟରେ ପରାସ୍ତ କରିଛି ବିଦର୍ଭ । ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିଲା ଓଡିଶା । ତେବେ ନିର୍ଧାରିତ 20 ଓଭରରେ 9ୱିକେଟ ହରାଇ ମାତ୍ର 76 ରନରେ ସୀମିତ ରହିଥିଲା ।

ଦଳ ପକ୍ଷରୁ ଓପନର ମାଧୁରୀ ମେହେଟ୍ଟା ସର୍ବାଧିକ 49 ରନର ପାଳି ଖେଳିଥିଲେ । ଏହାପରେ ଓଡିଶା ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଧିନାୟିକା ମଧୁସ୍ମିତା ବେହେରା 7 ରନ କରି ଆଉଟ ହୋଇଥିଲେ । ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନଥିଲେ ।

77 ରନର ବିଜୟ ଲକ୍ଷ୍ୟକୁ 14ତମ ଓଭରରେ 4ୱିକେଟ ହରାଇ ଜିତି ନେଇଛି ବିଦର୍ଭ । ଦଳ ପକ୍ଷରୁ ବୈଷ୍ଣବୀ ଉଦୟ ଖଣ୍ଡକର ସର୍ବାଧିକ 35 ଓ ଦିଶା ଦୀପକ କସତ 20 ରନ କରି ଦଳକୁ ବିଜୟ ଭେଟି ଦେଇଥିଲେ ।ଏହି ପରାଜୟ ପରେ ଗ୍ରୁପ-ବି ରେ 8 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା । 6ଟି ମ୍ୟାଚ ଖେଳି ଏଯାବତ 2 ଟି ବିଜୟ ଓ 4ଟି ରେ ପରାଜୟର ସାମ୍ନା କରିଛି ଓଡିଶା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ମହିଳା ସିନିୟର ଟ-20ଟ୍ରଫି ରେ ଓଡ଼ିଶାର ପରାଜୟ । ନାଗପୁର ରେ ଖେଳାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରେ ଓଡିଶା କୁ 6 ୱେକେଟ ରେ ପରାସ୍ତ କରିଛି ବିଦର୍ଭ । ଏହା ପରାଜୟ ସହ ବି ଗ୍ରପୁ ରେ ଆଠ ପଏଣ୍ଟ ସହ ପଞ୍ଚମ ସ୍ଥାନ ରେ ରହିଛି ଓଡ଼ିଶା । 6ଟି ମ୍ୟାଚ ଖେଳି ଏଯାବତ 2 ଟିରେ ବିଜୟ ଓ 4 ଟି ମ୍ୟାଚ ରେ ପରାଜୟ ର ସମ୍ନା କରିଛି ଓଡିଶା ।

ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଓଡିଶା ନିର୍ଧାରିତ 20 ଓଭର ରେ 9 ୱେକେଟ ହରାଇ 76 ରନ କରିଥିଲା । ଦଳ ପକ୍ଷରୁ ଓପନର ମାଧୁରୀ ମେହେଟା ସର୍ବାଧିକ 49 ରନ କରିଥିଲା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ତେବେ ଅଧିନୟକ ମଧୁସ୍ମିତା ବେହେରା ମଧ୍ୟ ବ୍ୟକ୍ତିଗତ 7 ରନ କରି ଆଉଟ ହେବା ପରେ ଦଳ ଭୁଶୁଡି ପଡିଥିଲା । ମାତ୍ର 76 ରନ ରେ ହିଁ ଅଟକିଥିଲା ପାଳି ।

ଧାର୍ଯ୍ୟ ଲକ୍ଷ୍ୟ କୁ ମାତ୍ର 14 ଓଭର ରେ ହାତରେ 6 ୱେକେଟ ବାକି ଥାଇ ଜିତିନେଇଥିଲା ବିଦର୍ଭ । ତେବେ ଦଳ ପକ୍ଷରୁ ବୈଷ୍ଣବୀ ଉଦୟ ଖଣ୍ଡକର ସର୍ବାଧିକ 35 ରନ କରି ଦଳକୁ ବିଜୟ ଭେଟି ଦେଇଥିଲେ । ଏହାସହିତ ଦିଶା ଦୀପକ କସତ ଙ୍କ 20 ରନ ଏହି ବିଜୟ ଅଭିଯାନ ରେ ସାମିଲ ଥିଲା । Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.