ହାଇଦ୍ରାବାଦ: କ୍ରିକେଟର ଭଗବାନ 'ସଚିନ ତେନ୍ଦୁଲକର'ଙ୍କ ପାଇଁ ଆଜିର ଦିନଟି ବେଶ୍ ଖାସ । ଠିକ୍ 25ବର୍ଷ ପୂର୍ବେ ଆଜିର ଦିନରେ ସାରା ବିଶ୍ବ ତାଙ୍କର ପ୍ରଥମ ଶତକୀୟ ପାଳି ଦେଖିଥିଲା । ଏହି ଶତକୀୟ ପାଳି କଙ୍ଗାରୁ ଦଳ ବିପକ୍ଷରେ 1994 ମସିହାରେ ସେ ଖେଳିଥିଲେ ।
1989 ମସିହାରେ ସଚିନ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଓ ଟେଷ୍ଟ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । କିନ୍ତୁ 1989 ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ସଚିନଙ୍କୁ 5ବର୍ଷ ଲାଗିଯାଇଥିଲା ପ୍ରଥମ ଶତକୀୟ ପାଳି ଖେଳିବାକୁ । ଆଜିକୁ ପ୍ରାୟ 25ବର୍ଷ ତଳେ ଅର୍ଥାତ୍ 1994 ମସିହା 9 ସେପ୍ଟେମ୍ବର ଦିନ ମାଷ୍ଟରବ୍ଲାଷ୍ଟର ପ୍ରଥମ କରି 100ରନ୍ର ସ୍କୋର କରିଥିଲେ।
ଅଷ୍ଟ୍ରେଲିଆ ବିପକ୍ଷରେ ଏହି ମ୍ୟାଚଟି କଲମ୍ବୋ ଠାରେ ଖେଳାଯାଉଥିଲା । ତେନ୍ଦୁଲକର ସେହି ସମୟରେ ମନୋଜ ପ୍ରଭାକରଙ୍କ ସହ ଓପନର ଭାବେ ମୈଦାନକୁ ଓହ୍ଲାଇଥିଲେ । ସେହି ଦିନ ତାଙ୍କର ବ୍ୟାଟିଂ ଯାଦୁ ଦେଖିବାକୁ ମିଳିଥିଲା । ସେ 130ବଲ୍ରେ 110ରନ୍ର ପାଳି ଖେଳି ନିଜର ପ୍ରଥମ ଶତକ ହାସଲ କରିଥିଲେ । ଏଥିସହ ଏହି ମ୍ୟାଚରେ ଭାରତ ବିଜୟୀ ହୋଇଥିଲା ।
ତେବେ ଭାରତର ମହାନ କ୍ରିକେଟର ସଚିନଙ୍କ ଏହି କୀର୍ତ୍ତିମାନକୁ ମନେ ପକାଇ ଆଇସିସି ନିଜର ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛି । ସେ ଉଲ୍ଲେଖ କରିଛି ଯେ, ଆଜିର ଦିନରେ 1994 ମସିହାରେ ତେନ୍ଦୁଲକର ନିଜର ପ୍ରଥମ ଦିନିକିଆ ଶତକୀୟ ପାଳି ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ସେ କଲମ୍ବୋ ଠାରେ ଖେଳିଥିଲେ।
ଦେଖନ୍ତୁ ସେହି ସ୍ମରଣୀୟ ଇନିଂସର ଭିଡିଓ :-
ସୂଚନାଥାଉକି, ଏହାପରେ ସଚିନ ନିଜର ଦିନିକିଆ କ୍ୟାରିଅରରେ 48ଟି ଶତକ ପାଳି ଖେଳିଛନ୍ତି । ସେହିପରି ଟେଷ୍ଟ କ୍ୟାରିଅରରେ 51ଟିଶତକ ପାଳି ଖେଳି ଅନ୍ତର୍ଜାତୀୟ କ୍ୟାରିଅରରେ 100 ଶତକ ପାଳି ଖେଳିଥିବା କ୍ରିକେଟରଙ୍କ କ୍ଲବ୍ରେ ସାମିଲ ହୋଇଛନ୍ତି।