ETV Bharat / sports

ଚାଷୀ ଆନ୍ଦୋଳନ ନେଇ ସଚିନଙ୍କ ଟ୍ବିଟ; ବିଦେଶୀ ଦର୍ଶକ, ଅଂଶଗ୍ରହଣକାରୀ ନୁହଁନ୍ତି

author img

By

Published : Feb 3, 2021, 8:04 PM IST

Updated : Feb 3, 2021, 8:55 PM IST

ଭାରତରେ ଚାଷୀ ଆନ୍ଦୋଳନକୁ ନେଇ ବିଭିନ୍ନ ବିଦେଶୀ ସେଲିବ୍ରିଟି ପ୍ରତିକ୍ରିୟା ଦେବାକୁ ଲାଗିଛନ୍ତି । ଏହାକୁ ପସନ୍ଦ କରି ନାହାଁନ୍ତି ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ଅଧିକ ପଢ଼ନ୍ତୁ...

sachin tendulkar reaction over foreign comment on new farm bill protest
ଚାଷୀ ଆନ୍ଦୋଳନ ନେଇ ସଚିନଙ୍କ ଟ୍ବିଟ; ବିଦେଶୀ ଦର୍ଶକ, ଅଂଶଗ୍ରହଣକାରୀ ନୁହଁନ୍ତି

ନୂଆଦିଲ୍ଲୀ: ଭାରତରେ ଚାଷୀ ଆନ୍ଦୋଳନକୁ ନେଇ ବିଭିନ୍ନ ବିଦେଶୀ ସେଲିବ୍ରିଟି ପ୍ରତିକ୍ରିୟା ଦେବାକୁ ଲାଗିଛନ୍ତି। ଏହାକୁ ପସନ୍ଦ କରି ନାହାଁନ୍ତି ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ହଲିଉଡ ପପଷ୍ଟାର ରିହାନା, ଆମେରିକା ଯୁବ ପରିବେଶବିତ ଗ୍ରେଟା ଥନବର୍ଗ ଭଳି ସେଲିବ୍ରିଟି ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ଟିପ୍ପଣୀ କରିଥିଲେ । ଏହାକୁ ନେଇ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିତ୍ବ କଡ଼ା ସମାଲୋଚନା କରିଛନ୍ତି ।

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଟ୍ବିଟ କରି ଲେଖିଛନ୍ତି ଯେ, "କୌଣସି ପରିସ୍ଥିତିରେ ଭାରତର ସାର୍ବଭୌମତ୍ବ କେହି କ୍ଷୁର୍ଣ୍ଣ କରି ପାରିବେ ନାହିଁ। ଭାରତର ଆଭ୍ୟନ୍ତରୀଣ ମାମଲାରେ ବାହ୍ୟ ଲୋକ କେବଳ ଦେଖି ପାରିବେ। ଏଥିରେ ଅଂଶଗ୍ରହଣ କରି ମାମଲା ବିଗାଡ଼ିବା ଅଧିକାର ସେମାନଙ୍କ ପାଖରେ ନାହିଁ। ଭାରତୀୟମାନେ ଜାଣିଛନ୍ତି ଦେଶ ପାଇଁ କଣ ନିଷ୍ପତ୍ତି ନେବା ଉଚିତ । ବର୍ତ୍ତମାନ ଗୋଟିଏ ରାଷ୍ଟ୍ରରେ ଏକଜୁଟ ହୋଇ ରହିବା ସମୟ।"

ଚାଷୀ ଆନ୍ଦୋଳନକୁ ନେଇ ବିଦେଶୀ ସେଲିବ୍ରିଟିଙ୍କ ଟିପ୍ପଣୀକୁ କଡ଼ା ସମାଲୋଚନା କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ପପଷ୍ଟାର ରିହାନା ମଧ୍ୟ ଏକ ଜଣାଶୁଣା ଗଣମାଧ୍ୟମର ରିପୋର୍ଟକୁ ନେଇ ପ୍ରତିକ୍ରିୟା ଦେଇଥିଲେ । ତେବେ ତାଙ୍କୁ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା ଟ୍ବିଟ କରି ଭତ୍ସର୍ନା କରିଛନ୍ତି ।

ନୂତନ କୃଷି ଆଇନ ବିରୋଧରେ ଗତ ନଭେମ୍ବର 26 ତାରିଖରୁ ଚାଷୀ ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ସିଙ୍ଘୁ ବର୍ଡରରେ ଆନ୍ଦୋଳନରତ ଚାଷୀମାନେ ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଗତ ଜାନୁଆରୀ 26 ତାରିଖରେ ଆନ୍ଦୋଳନ ଆଳରେ ଚାଷୀମାନେ ଟ୍ରାକ୍ଟର ରାଲି କରି ଦଙ୍ଗା କରିଥିବାବେଳେ ଲାଲକିଲ୍ଲାର ଅସମ୍ମାନ କରିଥିଲେ । ଏହାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2021, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.