ETV Bharat / sports

560 ଆଦିବାସୀ ତଥା ଆର୍ଥିକ ଦୁର୍ବଳ ଶିଶୁଙ୍କୁ ସାହାଯ୍ୟର ହାତ ବଢାଇଲେ ସଚିନ

author img

By

Published : Sep 14, 2020, 10:17 AM IST

ସବୁବେଳେ ଶିଶୁଙ୍କୁ ସାହାଯ୍ୟ କରୁଥିବା କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ପୁଣିଥରେ 560 ଆଦିବାସୀ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଶିଶୁଙ୍କୁ ସାହାଯ୍ୟ କରିବା ପାଇଁ ‘ଏନଜିଓ ପରିବାର’ ସହ ହାତ ମିଳାଇଛନ୍ତି । ଅଧିକ ପଢ଼ନ୍ତୁ...

Sachin Tendulkar, Tendulkar lends support to 560 Children, Children economically weaker background,  ଆର୍ଥିକ ଦୁର୍ବଳ ଶିଶୁଙ୍କୁ ସଚିନଙ୍କ ସହାୟତା, 560 ଆଦିବାସୀ ଶିଶୁଙ୍କୁ ସଚିନଙ୍କ ସହାୟତା, କ୍ରିକେଟ କିମ୍ବଦନ୍ତୀ ସଚିନ
560 ଆଦିବାସୀ ତଥା ଆର୍ଥିକ ଦୁର୍ବଳ ଶିଶୁଙ୍କୁ ସଚିନଙ୍କ ସହାୟତା

ମୁମ୍ବାଇ: କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର 560 ଆଦିବାସୀ ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ପିଲାଙ୍କୁ ସହାୟତା କରିବା ପାଇଁ ଏକ ଏନଜିଓ ସହ ହାତ ମିଳାଇଛନ୍ତି । ମଧ୍ୟପ୍ରଦେଶର ସେହୋର ଜିଲ୍ଲାର ଦୁର୍ଗମ ଗ୍ରାମରେ ସେବା କୁଟିର ନିର୍ମାଣ କରିଥିବା ‘ଏନଜିଓ ପରିବାର’ ସହ ସହଭାଗୀ ହୋଇଛନ୍ତି ତେନ୍ଦୁଲକର ।

ସେହୋର ଜିଲ୍ଲାର ସେୱାନିଆ, ବିଲପାଟୀ, ଖାପା, ନୟାପୁରା ଏବଂ ଜାମୁଞ୍ଜେଲ ଗାଁର ପିଲାମାନେ ବର୍ତ୍ତମାନ ତେନ୍ଦୁଲକରଙ୍କ ଫାଉଣ୍ଡେସନ ସାହାଯ୍ୟରେ ପୁଷ୍ଟିକର ଖାଦ୍ୟ ଏବଂ ଶିକ୍ଷା ଗ୍ରହଣ କରୁଛନ୍ତି। ପିଲାମାନେ ମୁଖ୍ୟତ ବାରେଲା ଭିଲ ଏବଂ ଗଣ୍ଡ ଜନଜାତିର ଅଟନ୍ତି । ‘‘ସଚିନଙ୍କ ଏହି ପଦକ୍ଷେପ ମଧ୍ୟପ୍ରଦେଶର ଯେଉଁ ଆଦିବାସୀ ପିଲାମାନେ ପୁଷ୍ଟିହୀନତା ଏବଂ ନିରକ୍ଷରତା ଦ୍ବାରା ପୀଡିତ ଅଛନ୍ତି ତାଙ୍କ ପ୍ରତି ଏହା ସଚିନଙ୍କ ଭାବନାର ପ୍ରମାଣ’’, ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ସମାଜରେ ଯେଉଁ ପିଲାମାନେ ପଛୁଆ ବର୍ଗର ଏବଂ ସମାଜରେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ନୁହଁନ୍ତି ସେମାନଙ୍କ ପାଇଁ ତେନ୍ଦୁଲକରଙ୍କ କାର୍ଯ୍ୟକୁ ଅନେକ ସମୟରେ ସ୍ବୀକୃତି ମିଳିଛି । ୟୁନିସେଫ ପାଇଁ ଗୁଡୱିଲ ଆମ୍ବାସେଡର ଭାବରେ ତେନ୍ଦୁଲକର ନିୟମିତ ଭାବରେ ‘ପ୍ରାରମ୍ଭିକ ଶିଶୁ ବିକାଶ’ ଭଳି ଦିଗ ବିଷୟରେ ଅନେକ ସମୟରେ କହିଥାନ୍ତି । ତେନ୍ଦୁଲକର ପିଲାମାନଙ୍କ ପାଇଁ ଅନେକ ପଦକ୍ଷେପ ସହିତ ଜଡିତ ଅଛନ୍ତି । ନିକଟରେ ସଚିନ ମୁମ୍ବାଇର ଏସଆରସିସି ଶିଶୁ ହସ୍ପିଟାଲରେ ଦୁର୍ବଳ ଅର୍ଥନୈତିକ ପୃଷ୍ଠଭୂମିରୁ ଆସିଥିବା ପିଲାମାନଙ୍କର ଚିକିତ୍ସା ପାଇଁ ତାଙ୍କୁ ସହଯୋଗ କରିଥିଲେ ।

ଡିସେମ୍ବର 2019 ରେ, ‘Spreading Happiness InDiya Foundation’ ମାଧ୍ୟମରେ ତେନ୍ଦୁଲକର, ମୁମ୍ବାଇର ଶ୍ରୀ ଗାଡଗେ ମହାରାଜ ଆଶ୍ରମ ବିଦ୍ୟାଳୟ, ଭିବଲି ଠାରେ ଡିଜିଟାଲ ଶ୍ରେଣୀଗୃହ ଚଳାଇବା ପାଇଁ ଆବଶ୍ୟ ସବୁଜ ଶକ୍ତି ଯୋଗାଇବା ପାଇଁ ସୌର ଆଲୋକ ବ୍ୟବସ୍ଥା ସ୍ଥାପନ କରିଥିଲେ । ଏହାସହ ସମସ୍ତ ପ୍ରକାର କ୍ରୀଡ଼ା ସୁବିଧା ମଧ୍ୟ ଯୋଗାଇ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.