ETV Bharat / sports

ଏମିତି ବୋଲିଂ ଦେଖି ସଚିନ ପଚାରିଲେ ଏହା ଆଉଟ୍ ନା ନଟ୍ ଆଉଟ୍ ?

ନିଜ ଟ୍ବିଟର ଆକାଉଣ୍ଟରେ ଏକ ଆଶ୍ଚର୍ଯଜନକ ଭିଡିଓ ସେୟାର କରିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ଆଉ ପ୍ରଶଂସକଙ୍କୁ ଆଉଟ ନା ନଟଆଉଟ ବୋଲି ପଚାରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jul 24, 2019, 11:17 PM IST

ହାଇଦ୍ରାବାଦ: କ୍ରିକେଟରେ ବେଲ୍କୁ ନେଇ ଅନେକ ସମୟରେ ନୂଆ ନୂଆ ରୋଚକ ଦୃଶ୍ୟ ସାମ୍ନାକୁ ଆସିଥାଏ । କେତେବେଳେ ଏକ ଦ୍ରୁତ ଗତିରେ ବଲ ଷ୍ଟମ୍ପରେ ବାଜିଲା ପରେ ବି ବେଲ ତଳକୁ ଖସି ନଥାଏ । ଏପରି ସ୍ଥିତିରେ ବ୍ୟାଟ୍ସମ୍ୟାନ ନଟ୍ ଆଉଟ ହୋଇଥାଏ ।

ତେବେ ଏମିକି ଏକ ଆଶ୍ଚର୍ଯଜନକ ଭିଡିଓ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓଟିରେ ଦ୍ରୁତ ଗତିରେ ଆସୁଥିବା ଏକ ବଲ ଷ୍ଟମ୍ପରେ ହିଟ ହେଉଛି । ମାତ୍ର ବେଲ ତଳକୁ ନ ଖସି ଗୋଟିଏ ଷ୍ଟମ୍ପ ଉପରେ ରହି ଯାଉଛି । ଫିଲ୍ଡିଂ କରୁଥିବା ଦଳ ଅମ୍ପାୟାରଙ୍କୁ ଆଉଟ୍ ପାଇଁ ଅପିଲ କରିଥିଲେ। ଏହା ମଧ୍ୟରେ ବ୍ୟାଟସମ୍ୟାନ ପାର୍ଶ୍ଵରେ ଛିଡ଼ା ହୋଇଥିବା ଅମ୍ପାୟର ବେଲକୁ ଠିକ୍ କରିଥିଲେ ଏବଂ ମୁଖ୍ୟ ଅମ୍ପାୟରଙ୍କ ସହ ବିଚାର କରି ବ୍ୟାଟସମ୍ୟାନଙ୍କୁ ନଟ ଆଉଟ୍ ଦେଇଥିଲେ ।

ଭିଡିଓ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ସଚିନ ଏହି ଭିଡିଓଟିକୁ ପୋଷ୍ଟ କରି, ପ୍ରଶଂସକଙ୍କୁ ଆଉଟ ନା ନଟଆଉଟ ବୋଲି ପଚାରିଛନ୍ତି । ସେ ଲେଖିଛନ୍ତି, "ଏହି ଭିଡିଓଟି ମୋର ବନ୍ଧୁ ପଠାଇଛନ୍ତି । ଏହାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି । ଯଦି ଆପଣ ଅମ୍ପାୟର ହୋଇଥାନ୍ତେ ତେବେ କଣ ନିର୍ଣ୍ଣୟ ଦେଇଥାନ୍ତେ । "

Intro:Body:

TESTING 123

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.