ETV Bharat / sports

ଲକ୍ଷ୍ନୌରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ମହିଳା ଟିମ - ଭାରତ ବନାମ ଦକ୍ଷିଣ ଆଫ୍ରିକା

ଭାରତ ସହ 5ଟିକିଆ ଦିନିକିଆ ସିରିଜ ଓ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳିବାକୁ ଲକ୍ଷ୍ନୌରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ମହିଳା ଟିମ । ଅଧିକ ପଢନ୍ତୁ...

SA womens team arrive at lucknow airport for limited over series against India
ଲକ୍ଷ୍ନୌ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ମହିଳା ଟିମ
author img

By

Published : Feb 27, 2021, 6:51 PM IST

ଲକ୍ଷ୍ନୌ: ଭାରତ ସହ 5 ଟିକିଆ ଦିନିକିଆ ସିରିଜ ଓ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳିବାକୁ ଲକ୍ଷ୍ନୌରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ମହିଳା ଟିମ । ଅପରାହ୍ନ 2.30 ସୁଦ୍ଧା ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିଛି ଟିମ। ଖେଳାଳିଙ୍କ ସୁରକ୍ଷା ପାଇଁ ବିମାନବନ୍ଦରରେ ଅତିରିକ୍ତ ପିଏସି, ଉତ୍ତର ପ୍ରଦେଶ ପୁଲିସ ଓ CISF ପୋଲିସ ମୁତୟନ ହୋଇଥିଲେ । ଲକ୍ଷ୍ନୌ ବିମାନବନ୍ଦରରୁ ଖେଳାଳିଙ୍କୁ ବସ୍‌ ଯୋଗେ କୃଷ୍ଣା ନଗରସ୍ଥିତ ହୋଟେଲ ପିକାଡଲୀକୁ ନିଆଯାଇଛି । ଏହି ସମୟରେ ବିମାନବନ୍ଦର ପରିସରରେ କ୍ରିକେଟପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଭାରତୀୟ ମହିଳା କ୍ରିକେଟ ଟିମ 26 ଫେବ୍ରୁଆରୀରୁ ଲକ୍ଷ୍ନୌ ପହଞ୍ଚିସାରିଛି । ବାକି 4 ସଦସ୍ୟ ଶନିବାର ଲକ୍ଷ୍ନୌ ପହଞ୍ଚିବେ ।

ଲକ୍ଷ୍ନୌ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ମହିଳା ଟିମ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଏହାପରେ 3 ଟିକିଆ ଟି20 ସିରିଜ ମଧ୍ୟ ଖେଳାଯିବ । ଦିନିକିଆ ସିରିଜ ମାର୍ଚ୍ଚ 7ରୁ ଓ ଟି20 ସିରିଜ ମାର୍ଚ୍ଚ 20ରୁ ଆରମ୍ଭ ହେବ । ସମସ୍ତ ମ୍ୟାଚ ଲକ୍ଷ୍ନୌରେ ଥିବା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.