ETV Bharat / sports

PSL ଖେଳାଳୀ ପିନ୍ଧିଲେ ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବ୍ସ, ସୋସିଆଲ ମିଡିଆରେ ଟ୍ରୋଲ

ଓ୍ବେଷ୍ଟଇଣ୍ଡିଜର ଅଲରାଉଣ୍ଡର ଶେରଫେନ ରଦରଫୋର୍ଡ ପାକିସ୍ତାନ ସୁପରଲିଗ୍‌ (ପିଏସଏଲ)ର କରାଚି କିଙ୍ଗ୍ସ ଟିମ ପକ୍ଷରୁ ଖେଳିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବ୍ସ ବ୍ୟବହାର କରିଥିଲେ । ଏହାପରେ ୟୁଜର୍ସ କରାଚି କିଙ୍ଗ୍ସକୁ କହିଛନ୍ତି ଅତି କମ୍‌ରେ ନିଜ ଖେଳାଳିଙ୍କୁ ଜର୍ସି ତ ଦିଅ ।

author img

By

Published : Nov 17, 2020, 9:19 PM IST

PSL ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବ୍ସ ପିନ୍ଧି  ସୋସିଆଲ ମିଡିଆରେ ହେଲେ ଟ୍ରୋଲ

ନୂଆଦିଲ୍ଲୀ: ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଶେରଫେନ ରଦରଫୋର୍ଡ ପାକିସ୍ତାନ ସୁପରଲିଗ୍‌ (ପିଏସଏଲ)ର କରାଚି କିଙ୍ଗ୍ସ ଟିମ ପକ୍ଷରୁ ଖେଳିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବ୍ସ ବ୍ୟବହାର କରିଥିଲେ । ଏହାପରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛି କରାଚି କିଙ୍ଗ୍ସ ।

ରଦରଫୋର୍ଡ ଆଇପିଏଲ-13ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇନଥିଲେ । ତେବେ 10 ନଭେମ୍ବରରେ ଆଇପିଏଲ ସରିବା ପରେ ପିଏସଏଲର ପ୍ଲେ ଅଫ୍‌ରେ ଯୋଗ ଦେବାକୁ ପହଞ୍ଚିଥିଲେ । ସେହି ସମୟରେ କରାଚି ଏୟାରପୋର୍ଟରେ ସେ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ପିନ୍ଧି ଥିବାର ଦେଖିବାକୁ ମିଳିଥିଲେ । ଏହାପରେ ସୋସିଆଲ ମିଡିଆରେ କରାଚି କିଙ୍ଗ୍ସ ଟିମ ଟ୍ରୋଲ ହୋଇଛି ।

ୟୁଜର୍ସ କରାଚି କିଙ୍ଗ୍ସକୁ କହିଛନ୍ତି ଅତିକମ୍‌ରେ ନିଜ ଖେଳାଳିଙ୍କୁ ଜର୍ସି ତ ଦିଅ ।

ଆଉ ଜଣେ ୟୁଜର୍ସ କହିଛନ୍ତି ରଦରଫୋର୍ଡ କରାଚି କିଙ୍ଗ୍ସ ପାଇଁ ଖେଳୁଛନ୍ତି, କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବ୍ସ ବ୍ୟବହାର କରୁଛନ୍ତି ।

ସେହିପରି ଆଉ ଜଣେ ୟୁଜର୍ସ କହିଛି ଯେ, କିଛି ତ ସମସ୍ୟା ରହିଥିବ । ସେଥିଲାଗି ଏମଆଇର ମାସ୍କ ଓ ଜ୍ୟାକେଟ୍‌ ବ୍ୟବହାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.