ETV Bharat / sports

ଆଇପିଏଲ ସମର: ଷ୍ଟୋକ୍ସଙ୍କ ଶତକୀୟ ପାଳିରେ ରାଜସ୍ଥାନର 5ମ ବିଜୟ

author img

By

Published : Oct 26, 2020, 8:45 AM IST

ରବିବାରର ଡବଲହେଡର 2ୟ ମ୍ୟାଚରେ ରାଜସ୍ଥାନ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ 8ଓ୍ବକେଟରେ ମାତ୍‌ ଦେଇଛି । ତେବେ ଦମଦାର ଇଂନିସ ଖେଳିଥିବା ବେନ ଷ୍ଟୋକ୍ସଙ୍କୁ ମିଳିଛି ମ୍ୟାନ ଅଫ୍‌ ଦି ମ୍ୟାଚ । ଷ୍ଟୋକ୍ସ 60 ବଲ୍‌ରେ 107*ରନ୍‌ର ଇଂନିସ ଖେଳିଛନ୍ତି ।

ଆଇପିଏଲ ସମର: ଷ୍ଟୋକ୍ସଙ୍କ ଶତକୀୟ ପାଳିରେ ରାଜସ୍ଥାନର 5ମ ବିଜୟ
ଆଇପିଏଲ ସମର: ଷ୍ଟୋକ୍ସଙ୍କ ଶତକୀୟ ପାଳିରେ ରାଜସ୍ଥାନର 5ମ ବିଜୟ

ଆବୁଧାବି: ସୁପରସନଡେରେ 2ଟି ଧମାକାଦାର ମ୍ୟାଚ ଦେଖିବାକୁ ମିଳିଥିଲା । ରବିବାରର ଡବଲହେଡର 2ୟ ମ୍ୟାଚରେ ରାଜସ୍ଥାନ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ 8 ଓ୍ବିକେଟରେ ମାତ୍‌ ଦେଇଛି । ତେବେ ଦମଦାର ଇଂନିସ ଖେଳିଥିବା ବେନ ଷ୍ଟୋକ୍ସଙ୍କୁ ମିଳିଛି ମ୍ୟାନ ଅଫ୍‌ ଦି ମ୍ୟାଚ । ଷ୍ଟୋକ୍ସ 60 ବଲ୍‌ରେ 107*ରନ୍‌ର ଇଂନିସ ଖେଳିଛନ୍ତି ।

ଏହି ବିଜୟ ପରେ ରାଜସ୍ଥାନର ପ୍ଲେଅଫ୍‌ରେ ସ୍ଥାନ ବଜାୟ ରଖିବାର ଆଶା ଆହୁରି ମଜବୁତ ହୋଇଛି । ଏବେ ବାକି 2ଟି ମ୍ୟାଚରେ ଦଳକୁ ବିଜୟର ଆବଶ୍ୟକତା ରହିଛି ।

Ben Stokes is awarded Man of the Match for his scintillating knock of 107* against #MI.#Dream11IPL pic.twitter.com/LoL6FKcJMO

— IndianPremierLeague (@IPL) October 25, 2020

ଟସ୍‌ ଜିତି ପ୍ରଥମେ ମୁମ୍ବାଇ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ 60* ରନ୍‌ କରିଥିବାବେଳେ ସୂର୍ଯ୍ୟକୁମାର 40, ଇଶାନ କିଷାନ 37, ସୌରଭ ତିଓ୍ବାରୀ 34ରନ, ଡଡି କକ୍‌ 6, ପୋଲାର୍ଡ 6 ଓ କୃଣାଲ ପାଣ୍ଡ୍ୟା 3ରନ୍‌ ସଂଗ୍ରହ କରିଥିଲେ । ତେବେ ନିର୍ଦ୍ଧାରିତ ଓଭରରେ 5ଓ୍ବିକେଟ ହରାଇ 195ରନ୍‌ ରହିଥିଲା ।

ରାଜସ୍ଥାନ ପକ୍ଷରୁ ଆର୍ଚର 2ଟି, ତ୍ୟାଗୀ ଗୋଟିଏ ଓ ଗୋପାଳ 2ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ ।

ତେବେ 196ରନ୍‌ର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ । ପ୍ରଥମେ 13ରନ୍‌ରେ ଓପନର ଉତ୍ଥପା ଆଉଟ ହୋଇଥିଲେ । ଏହାପରେ 44ରନ କରି ସ୍ମିଥ ପାଭାଲିୟନକୁ ଫେରିଯାଇଥିଲେ । ଦଳକୁ ସମ୍ଭାଳିଥିଲେ ଓପନର ବେନ ଷ୍ଟୋକ୍ସ ଓ ସଞ୍ଜୁ ସାମସନ୍‌ । ସାମସନ 31ବଲ୍‌ରେ ନବାଦ 54ରନ୍‌ ସଂଗ୍ରହ କରିଥିଲେ । ତେବେ ଷ୍ଟୋକ୍ସ-ସାମସନ ଯୋଡି 18.2ଓଭରରେ ଟିମ୍‌କୁ ବିଜୟ ଦେଇଥିଲେ ।

ବିପକ୍ଷ ଦଳ ମୁମ୍ବାଇ ପକ୍ଷରୁ ଜେମ୍ସ ପାଟିନସନ 2ଟି ଓ୍ବିକେଟ ହାତେଇଥିଲେ ।

ଆବୁଧାବି: ସୁପରସନଡେରେ 2ଟି ଧମାକାଦାର ମ୍ୟାଚ ଦେଖିବାକୁ ମିଳିଥିଲା । ରବିବାରର ଡବଲହେଡର 2ୟ ମ୍ୟାଚରେ ରାଜସ୍ଥାନ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ 8 ଓ୍ବିକେଟରେ ମାତ୍‌ ଦେଇଛି । ତେବେ ଦମଦାର ଇଂନିସ ଖେଳିଥିବା ବେନ ଷ୍ଟୋକ୍ସଙ୍କୁ ମିଳିଛି ମ୍ୟାନ ଅଫ୍‌ ଦି ମ୍ୟାଚ । ଷ୍ଟୋକ୍ସ 60 ବଲ୍‌ରେ 107*ରନ୍‌ର ଇଂନିସ ଖେଳିଛନ୍ତି ।

ଏହି ବିଜୟ ପରେ ରାଜସ୍ଥାନର ପ୍ଲେଅଫ୍‌ରେ ସ୍ଥାନ ବଜାୟ ରଖିବାର ଆଶା ଆହୁରି ମଜବୁତ ହୋଇଛି । ଏବେ ବାକି 2ଟି ମ୍ୟାଚରେ ଦଳକୁ ବିଜୟର ଆବଶ୍ୟକତା ରହିଛି ।

ଟସ୍‌ ଜିତି ପ୍ରଥମେ ମୁମ୍ବାଇ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ 60* ରନ୍‌ କରିଥିବାବେଳେ ସୂର୍ଯ୍ୟକୁମାର 40, ଇଶାନ କିଷାନ 37, ସୌରଭ ତିଓ୍ବାରୀ 34ରନ, ଡଡି କକ୍‌ 6, ପୋଲାର୍ଡ 6 ଓ କୃଣାଲ ପାଣ୍ଡ୍ୟା 3ରନ୍‌ ସଂଗ୍ରହ କରିଥିଲେ । ତେବେ ନିର୍ଦ୍ଧାରିତ ଓଭରରେ 5ଓ୍ବିକେଟ ହରାଇ 195ରନ୍‌ ରହିଥିଲା ।

ରାଜସ୍ଥାନ ପକ୍ଷରୁ ଆର୍ଚର 2ଟି, ତ୍ୟାଗୀ ଗୋଟିଏ ଓ ଗୋପାଳ 2ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ ।

ତେବେ 196ରନ୍‌ର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ । ପ୍ରଥମେ 13ରନ୍‌ରେ ଓପନର ଉତ୍ଥପା ଆଉଟ ହୋଇଥିଲେ । ଏହାପରେ 44ରନ କରି ସ୍ମିଥ ପାଭାଲିୟନକୁ ଫେରିଯାଇଥିଲେ । ଦଳକୁ ସମ୍ଭାଳିଥିଲେ ଓପନର ବେନ ଷ୍ଟୋକ୍ସ ଓ ସଞ୍ଜୁ ସାମସନ୍‌ । ସାମସନ 31ବଲ୍‌ରେ ନବାଦ 54ରନ୍‌ ସଂଗ୍ରହ କରିଥିଲେ । ତେବେ ଷ୍ଟୋକ୍ସ-ସାମସନ ଯୋଡି 18.2ଓଭରରେ ଟିମ୍‌କୁ ବିଜୟ ଦେଇଥିଲେ ।

ବିପକ୍ଷ ଦଳ ମୁମ୍ବାଇ ପକ୍ଷରୁ ଜେମ୍ସ ପାଟିନସନ 2ଟି ଓ୍ବିକେଟ ହାତେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.