ETV Bharat / sports

କୁମାର ସାଙ୍ଗାକାରା ରାଜସ୍ଥାନ ରୟାଲ୍ସର ନିର୍ଦ୍ଦେଶକ ନିଯୁକ୍ତ - ଆଇପିଏଲ 2021

ଇଣ୍ଡିଆନ ପ୍ରିମିୟର ଲିଗର 14ତମ ସଂସ୍କରଣ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ କୁମାର ସାଙ୍ଗାକାରାଙ୍କୁ କ୍ରିକେଟ ନିର୍ଦ୍ଦେଶକ ନିଯୁକ୍ତ କରିଛି । ଅଧିକ ପଢନ୍ତୁ...

RR has world's best players, can't wait to work with this group: Sangakkara
କୁମାର ସାଙ୍ଗାକାରା ରାଜସ୍ଥାନ ରୟାଲ୍ସର ନିର୍ଦ୍ଦେଶକ ନିଯୁକ୍ତ
author img

By

Published : Jan 24, 2021, 5:47 PM IST

Updated : Jan 24, 2021, 6:11 PM IST

ଜୟପୁର(ରାଜସ୍ଥାନ): ଆଇପିଏଲର ଆଗାମୀ ସଂସ୍କରଣ ପୂର୍ବରୁ ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ ତଥା କିମ୍ବଦନ୍ତୀ କ୍ରିକେଟର କୁମାର ସାଙ୍ଗାକାରାଙ୍କୁ ନୂଆ ଦାୟିତ୍ବ । ଇଣ୍ଡିଆନ ପ୍ରିମିୟର ଲିଗର 14ତମ ସଂସ୍କରଣ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ ସାଙ୍ଗାକାରାଙ୍କୁ କ୍ରିକେଟ ନିର୍ଦ୍ଦେଶକ ନିଯୁକ୍ତ କରିଛି।

ଖୁବଶୀଘ୍ର ସାଙ୍ଗାକାରା ରାଜସ୍ଥାନ ଟିମ ସହ ଯୋଡିହେବେ । ବର୍ତ୍ତମାନ ମେଲବର୍ଣ୍ଣ କ୍ରିକେଟ କ୍ଳବ(ଏମସିସି)ର ସଭାପତି ରହିଛନ୍ତି ସାଙ୍ଗାକାରା । ରୟାଲ୍ସ ଫ୍ରାଞ୍ଚାଇଜର ନିଲାମି ଯୋଜନା, ରଣନୀତି କୋଚିଂ ଶୈଳୀ, ଯୁବପ୍ରତିଭାଙ୍କ ଚୟନ ସହ ସମସ୍ତ ଯୋଜନାର ଦାୟିତ୍ବ ନେବେ । ଏଥିସହ ନାଗପୁରରେ ରୟାଲ୍ସ ଏକାଡେମୀର ଉନ୍ନତି ନେଇ ମଧ୍ୟ କାର୍ଯ୍ୟ କରିବେ ।

ଆଧୁନିକ କ୍ରିକେଟର ନିର୍ବିବାଦୀୟ ମହାନ କ୍ରିକେଟର କୁମାର, ଶ୍ରୀଲଙ୍କା ପାଇଁ 28,000 ରନ ସଂଗ୍ରହ କରିଛନ୍ତି । ଦୀର୍ଘ ସଫଳତମ 16 ବର୍ଷର କ୍ୟାରିୟରରେ ଗତ 46 ବର୍ଷ ମଧ୍ୟରେ କୌଣସି ବି ଖେଳାଳିଙ୍କ ଠାରୁ ସର୍ବାଧିକ ଟେଷ୍ଟ ବ୍ୟାଟିଂ ଆଭରେଜ ରହିଛି କୁମାରଙ୍କ ନାମରେ ।

ନୂତନ ନିଯୁକ୍ତି ନେଇ ସାଙ୍ଗାକାରା କହିଛନ୍ତି, "ରାଜସ୍ଥାନ ରୟାଲ୍ସ ଭଳି ଭଳ ଫ୍ରାଞ୍ଚାଇଜ ସହ କାର୍ଯ୍ୟ କରିବାକୁ ଉତ୍ସାହିତ । ରାଜସ୍ଥାନରେ ବିଶ୍ବର କ୍ରିକେଟର ଏକାଧିକ ଶ୍ରେଷ୍ଠ ଖେଳାଳି ରହିଛନ୍ତି । ନୂଆ ଆହ୍ବାନକୁ ଗ୍ରହଣ କରିବା ସହ ଫ୍ରାଞ୍ଚାଇଜ ପାଇଁ ଆଇପିଏଲ ସଫଳତା ପାଇଁ କାର୍ଯ୍ୟ କରିବି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 24, 2021, 6:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.