ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ କ୍ରିକେଟ ଆୱାର୍ଡ 2020ର ଶେଷ ଦିନରେ ଭେଟେରାନ କ୍ରିକେଟର ରସ ଟେଲର ଓ ଟିମ ସାଉଦି ସମ୍ମାନିତ । 3ୟ ଥର ପାଇଁ ଟେଲରଙ୍କୁ ସାର ରିଚାର୍ଡ ହେଡଲି ମେଡାଲ ସମ୍ମାନରେ ସମ୍ମାନିତ କରାଯାଇଛି । ସ୍ପିଡଷ୍ଟାର ଟିମ ସାଉଦିଙ୍କୁ ବର୍ଷର ଶ୍ରେଷ୍ଠ ଟେଷ୍ଟ ଖେଳାଳି(ଟେଷ୍ଟ ପ୍ଲେଆର ଅଫ ଦ ଇୟର ) ଆୱାର୍ଡ ମିଳିଛି ।
2019 କ୍ରିକେଟ ବିଶ୍ବକପରେ ନ୍ୟୁଜିଲାଣ୍ଡ ଟିମ ଫାଇନାଲରେ ପହଞ୍ଚିବାରେ ରସ ଟେଲରଙ୍କ ବଡ ଭୁମିକା ରହିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ କ୍ରିକେଟର 3ଟି ଫର୍ମାଟରେ 100ତମ ମ୍ୟାଚ ଖେଳିଥିବା ପ୍ରଥମ ଖେଳାଳି ହୋଇଛନ୍ତି ଟେଲର । ଷ୍ଟିପେନ ପ୍ଳେମିଂଙ୍କ ସର୍ବକାଳୀନ ସର୍ବାଧିକ ଟେଷ୍ଟ ରନକୁ ମଧ୍ୟ ଅତିକ୍ରମ କରିସାରିଛନ୍ତି ଟେଲର ।